ମନୋଜ ତିଓ୍ଵାରୀଙ୍କୁ ଅଦାଲତ ଅବମାନନା ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ଵାରୀଙ୍କୁ ଆଜି ସୁପ୍ରିମ୍‌କୋର୍ଟ ଏକ ଅଦାଲତ ଅବମାନନା ନୋଟିସ୍‌ ଜାରି କରିଛନ୍ତି। ଦିଲ୍ଲୀର ଗୋକୁଲପୁରୀ ଗ୍ରାମରେ ଏକ ବନ୍ଦ ଘରର ତାଲା ଭାଙ୍ଗିବା ଅଭିଯୋଗରେ ଏହି ନୋଟିସ୍‌ ଜାରି ହୋଇଛି। ଗତକାଲି ତାଙ୍କ ବିରୋଧରେ ପୁଲିସ ଏକ ଏତଲା ରୁଜୁ କରିଥିଲା। ଏ ନେଇ ବୁଧବାର ସୁପ୍ରିମ୍‌କୋର୍ଟ ବିଚାରପତି ଏମ୍‌ ବି ଲୋକୁର, ଜଷ୍ଟିସ୍‌ ଅବ୍‌ଦୁଲ୍‌ ଏସ୍‌ ନାଜୀର ଏବଂ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି, ନିର୍ବାଚିତ ପ୍ରତିନିଧି କୋର୍ଟଙ୍କ ଆଦେଶ ଅବମାନନା କରିବା ଅନୁଚିତ। କିନ୍ତୁ ତିଓ୍ଵାରୀଙ୍କ କ୍ଷେତ୍ରରେ ଏହା ଘଟିବା ଦୁର୍ଭାଗ୍ୟଜନକ। ସର୍ବୋଚ୍ଚ ଅଦାଲତଙ୍କ ଆଦେଶକ୍ରମେ ଗୋକୁଲପୁରୀରେ ଉକ୍ତ ଘରକୁ ବନ୍ଦ କରାଯାଇଥିଲା। ସେପ୍ଟେମ୍ବର ୨୫ରେ ତିଓ୍ଵାରୀଙ୍କୁ ସର୍ବୋଚ୍ଚ ଅଦାଲତରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର