ଏସ୍ସି/ଏସ୍ଟିଙ୍କ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଅନ୍ୟ ରାଜ୍ୟର ସରକାରୀ ଚାକିରି ପାଇଁ କରି ପାରିବେ ନାହିଁ ନାମ ପଞ୍ଜିକରଣ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏସ୍ସି ଓ ଏସ୍ଟି ସଦସ୍ୟଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଅଦାଲତଙ୍କ କହିବାନୁସାରେ, ରାଜ୍ୟରେ ଏସ୍ସି ଓ ଏସ୍ଟି ସମୂହର ସଦସ୍ୟ ଅନ୍ୟ ରାଜ୍ୟର ସରକାରୀ ଚାକିରି ପାଇଁ ନାମ ପଞ୍ଜିକରଣ କରି ପାରିବେ ନାହିଁ। ବରିଷ୍ଠ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧକ୍ଷତାରେ ପାଞ୍ଚଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠରେ ଏହି ନିଷ୍ପତ୍ତି ନିଆଯାଇଛି।
ଅଦାଲତଙ୍କ କହିବାନୁସାରେ, ଗୋଟିଏ ରାଜ୍ୟର ଏସ୍ଟି/ ଏସ୍ସିର ବ୍ୟକ୍ତି ରୋଜଗାର କିମ୍ବା ପାଠ ପଢ଼ିବା ପାଇଁ ଅନ୍ୟ ରାଜ୍ୟକୁ ଯାଆନ୍ତି, ଯଦି ସେହି ରାଜ୍ୟରେ ତାଙ୍କର ଜାତି ଏସ୍ସି/ଏସ୍ଟି ଆଧାରରେ ସୂଚିତ ନାହିଁ ତେବେ ସେ ଚାକିରି ପାଇଁ ନାମ ପଞ୍ଜିକରଣ କରି ପାରିବ ନାହିଁ। ସୁପ୍ରିମକୋର୍ଟ ଏହି ଶୁଣାଣି ଅନେକ ଯାଚିକା ଉପରେ ଆଲୋଚନା କରିବା ପରେ କହିଛନ୍ତି। ଯାଚିକାରେ ଉଲ୍ଲେଖ ଥିଲା କି, କ’ଣ ଗୋଟିଏ ରାଜ୍ୟର ଏସ୍ସି/ଏସଟି ସଦସ୍ୟ ଅନ୍ୟ ରାଜ୍ୟର ଚାକିରିର ଫାଇଦା ଉଠାଇ ପାରିବେ? ଯେଉଁଠାରେ ତାଙ୍କ ଜାତି ଏସ୍ସି/ଏସ୍ଟି ଭାବେ ସୂଚିତ ହିଁ ନାହିଁ।