ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ଆପତ୍ତିଜନକ ଟୁଇଟ୍ ସେଆର୍ କରି ଗିରଫ ହୋଇଥିବା ସାମ୍ବାଦିକ ପ୍ରଶାନ୍ତ କନୌଜିଆଙ୍କୁ ତୁରନ୍ତ ଖଲାସ କରିବାକୁ ସୁପ୍ରିମ୍ କୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ଆପତ୍ତିଜନକ ଭିଡିଓ ସେଆର୍ କରିବା ସହ ଆପତ୍ତିଜନକ ଟୁଇଟ ସେଆର୍ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ସାମ୍ବାଦିକ ପ୍ରଶାନ୍ତ କନୌଜିଆଙ୍କ ପତ୍ନୀ ଜାଗିଶା ଅରୋରାଙ୍କ ଦ୍ୱାରା ଆବେଦନ କରାଯାଇଥିବା ଯାଚିକାର ଆଜି ଶୁଣାଣି କରିଛନ୍ତି ସୁପ୍ରିମ୍ କୋର୍ଟ । ସାମ୍ବାଦିକ ପ୍ରଶାନ୍ତ କନୌଜିଆଙ୍କୁ ତୁରନ୍ତ ଖଲାସ କରିବାକୁ ସୁପ୍ରିମ୍ କୋର୍ଟ ଆଦେଶ ଦେଇଥିବା ଜଣାଯାଇଛି। ତେବେ ପ୍ରଶାନ୍ତ କନୌଜିଆଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଜାରି ରହିବ ବୋଲି ଆଦେଶନାମାରେ କୁହାଯାଇଛି।

photo-dainik bhaskar

ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ପୁଲିସ କେଉଁ ଆଧାରରେ ସାମ୍ବାଦିକଙ୍କୁ ଗିରଫ କରିଛି ବୋଲି ପ୍ରଶ୍ନ କରିଥିଲେ। ଉଦାରତା ଦେଖାଇ ସାମ୍ବାଦିକଙ୍କୁ ତୁରନ୍ତ ମୁକ୍ତ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଲୋକଙ୍କ ସ୍ୱାଧୀନତା ଅକ୍ଷୁର୍ଣ୍ଣ ଏବଂ ଏହା ସହିତ କେହି ସାଲିସ କରାଯାଇପାରିବ ନାହିଁ ବୋଲି ବି ସୁପ୍ରିମକୋର୍ଟ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ସାମ୍ବାଦିକ ପ୍ରଶାନ୍ତ କନୌଜିଆଙ୍କ ପତ୍ନୀ ଜାଗିଶା ଅରୋରା ସ୍ବାମୀଙ୍କୁ ଗିରଫ କରାଯିବା ଯୋଗୁଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର