ଗୁଜୁରାଟର ୨ ରାଜ୍ୟସଭା ଆସନରେ ଉପ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଜାରି କରିଥିବା ବିଜ୍ଞପ୍ତି ଉପରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରମ୍‌ କୋର୍ଟ

ନୂଆଦିଲ୍ଲୀ: ଗୁଜୁରାଟର ଦୁଇଟି ରାଜ୍ୟସଭା ଆସନରେ ଉପ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପ୍ରକାଶ କରିଥିବା ବିଜ୍ଞପ୍ତି ଉପରେ ସୁପ୍ରମ୍‌ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ଆଜି ସ୍ପଷ୍ଟ କରି ଦେଇଛନ୍ତି। ଥରେ ନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଦେବା ପରେ ଆଉ ସେଥିରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ସୁପ୍ରିମ୍‌ କୋର୍ଟ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିରୋଧୀ କଂଗ୍ରେସ ଗୁଜୁରାଟ ରାଜ୍ୟସଭା ସହ ବିଧାନସଭା ପାଇଁ ଉପ ନିର୍ବାଚନ ଏକକାଳୀନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନ କରି ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହୋଇଥିଲା। ତେବେ, ଗୁଜୁରାଟରେ ରାଜ୍ୟସଭା ସହ ବିଧାନସଭା ପାଇଁ ଉପ ନିର୍ବାଚନ ଏକକାଳୀନ ହୋଇପାରିବ ହୋଇ ପାରିବ ନାହିଁ ବୋଲି ମନା କରିଦେବା ସହ ନିର୍ବାଚନ କମିଶନ କେବଳ ମାତ୍ର ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଥିଲେ।

୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭାରେ ଏବେ ବିଜେପିର ୧୦୪ ଜଣ ବିଧାୟକ ଥିବାବେଳେ କଂଗ୍ରେସର ୭୧ ଜଣ ବିଧାୟକ ଅଛନ୍ତି ଏବଂ ୭ଟି ଆସନ ଖାଲି ପଡ଼ିଛି।

ସମ୍ବନ୍ଧିତ ଖବର