ପୁରୁଷଙ୍କ ଆଇନସମ୍ମତ ବିବାହ ବୟସ ୧୮ କରିବା ଲାଗି ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଯଦି ସେନାରେ ନିଯୁକ୍ତି ପାଇବା ପାଇଁ ବୟସ ୧୮ ବର୍ଷ ହେବା ଦରକାର ଓ ମତଦାନ କରିବା ପାଇଁ ମଧ୍ୟ ୧୮ ବର୍ଷ ହୋଇଥିବା ଦରକାର ତେବେ ପୁଅମାନଙ୍କର ବିବାହ ଲାଗି ବୟସ ୧୮ ବର୍ଷ କାହିଁକି ନ ହେବ ଦର୍ଶାଇ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ଏଥିସହ ପୁଅମାନଙ୍କର ବିବାହ ଲାଗି ଆଇନସମ୍ମତ ବୟସ ୨୧ରୁ ୧୮କୁ ହ୍ରାସ କରିବା ପାଇଁ ଆବେଦନ କରାଯାଇଥିଲା । ମାତ୍ର ସୁପ୍ରିମକୋର୍ଟ ଆଜି ଏକ ମାମଲାକୁ ଖାରଜ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ କୋର୍ଟରେ ଜଣେ ଓକିଲ ଏକ ମାମଲା ଦାୟର କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କରିବା ସହ ମାମଲା ରୁଜୁ କରିଥିବା ଆଇନଜୀବୀଙ୍କୁ ଜରିମାନା କରିବା ସହ ବିରକ୍ତି ପ୍ରକାଶ କରିଥିବା ସୂଚନା ମିଳିଛି । ଆଇନଜୀବୀ ଯୁକ୍ତି ବାଢ଼ିଥିଲେ ଯଦି ସେନାରେ ଭର୍ତି ହେବା ପାଇଁ ୧୮ ବୟସ ହେବା ଦରକାର ଏହାସହ ମତଦାନ କରିବା ପାଇଁ ମଧ୍ୟ ସମାନ ବୟସ ଦରକାର ।

Bashaw Star

ତେବେ ପୁଅଙ୍କ ଲାଗି ବିବାହ ଲାଗି ଆଇନସମ୍ମତ ବୟସ ୧୮ ବର୍ଷ କାହିଁକି ଆଇନ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଏହି ମାମଲା ରୁଜୁ କରିଥିବା ଓକିଲଙ୍କର ଯୁକ୍ତିରେ କୋର୍ଟ ବିରକ୍ତ ପ୍ରକାଶ କରିବା ସହ ମାମଲାକୁ ଖାରଜ କରିଥିଲେ । ଏହାସହ କୋର୍ଟ କହିଛନ୍ତି ଯଦି କୌଣସି ୧୮ ବୟସର ପୁଅ ଏପରି ମାମଲାର ଶୁଣାଣି ପାଇଁ କୋର୍ଟଙ୍କୁ ଅନୁରୋଧ କରେ ତେବେ ଏହା ଉପରେ ବିଚାର କରାଯିବ । ଏହାସହ କୋର୍ଟ ସେହି ମାମଲା ଆବେଦନ କରିଥିବା ଓକିଲଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର