ସୁପ୍ରିମ୍‌ କୋର୍ଟ ଜାରି କଲେ ନୂଆ ରୋଷ୍ଟର୍‌

ମାମଲା ଆବଣ୍ଟନ ନେଇ ବିବାଦ ରହିବ ନାହିଁ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ଆଜି ମାମଲା ଆବଣ୍ଟନ ନେଇ ନୂଆ ରୋଷ୍ଟର୍‌ ଜାରି କରିଛନ୍ତି। ଆସନ୍ତା ମାସରୁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହି ରୋଷ୍ଟର ମାଧ୍ୟମରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି କେଉଁ ମାମଲା କେଉଁ ଅଦାଲତକୁ ଯିବ ତାହା ସ୍ଥିର କରିଛନ୍ତି। ସୂଚନାଯୋଗ୍ୟ, ମାମଲା ଆବଣ୍ଟନ ନେଇ କିଛି ଦିନ ତଳେ ସୁପ୍ରିମ୍‌ କୋର୍ଟର ୪ ଜଣ ବରିଷ୍ଠତମ ବିଚାରପତି ପ୍ରତିବାଦର ସ୍ୱର ଉତ୍ତୋଳନ କରିଥିଲେ ଏବଂ ସେମାନେ ଏହି ପ୍ରସଙ୍ଗ ନେଇ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ। ସେମାନେ ବେଞ୍ଚ୍‌ ଫିକ୍ସିଂ ଅଭିଯୋଗ ଲଗାଇବା ପରେ ନ୍ୟାୟପାଳିକାରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ତେବେ ଏଭଳିି ବିବାଦର ସ୍ଥାୟୀ ସମାଧାନ ପାଇଁ ଏବେ ପ୍ରଧାନ ବିଚାରପତି ନୂଆ ରୋଷ୍ଟର୍‌ ବ୍ୟବସ୍ଥା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର