ଭିଡ଼ ହିଂସା ରୋକିବାକୁ ଆଭିମୁଖ୍ୟ କଠୋର କଲେ ସୁପ୍ରିମ୍‌ କୋର୍ଟ: ନିର୍ଦ୍ଦେଶ ଲାଗୁ ପାଇଁ ରାଜ୍ୟମାନଙ୍କୁ ସପ୍ତାହେ ସମୟ

ନୂଆଦିଲ୍ଲୀ: ଦେଶରେ ଭିଡ଼ ହିଂସାକୁ ରୋକିବା ପାଇଁ ତୁରନ୍ତ ଆଇନ କାର୍ଯ୍ୟକାରୀ କରିବାକୁ ସୁପ୍ରିମ୍‌ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଏ ବାବଦରେ ବିଭିନ୍ନ ରାଜ୍ୟ କିଭଳି ପଦକ୍ଷେପ ନେଇଛନ୍ତି ସେ ସଂପର୍କରେ ରିପୋର୍ଟ ଦେବାପାଇଁ କୁହାଯାଇଥିଲେ ମଧ୍ୟ ମାତ୍ର ୧୧ଟି ରାଜ୍ୟ ରିପୋର୍ଟ ଦେବାକୁ ସକ୍ଷମ ହୋଇଥିଲେ। ଏଥିରେ ସୁପ୍ରିମ୍‌ କୋର୍ଟ ଘୋର ବିରକ୍ତି ପ୍ରକାଶ କରିଛନ୍ତି ଏବଂ ରାଜ୍ୟମାନେ ଭିଡ଼ ହିଂସା ରୋକିବା ପାଇଁ ତୁରନ୍ତ ବିହୀତ ପଦକ୍ଷେପ ସପ୍ତାହକ ମଧ୍ୟରେ କାର୍ଯ୍ୟକାରୀ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏ ଏମ୍‌୍‌ ଖାନ୍‌ଓ୍ଵିଲକର ଏବଂ ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଜୁଲାଇରେ ଭିଡ଼ ହିଂସାକୁ ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଆବଶ୍ୟକ ସୁରକ୍ଷା ଏବଂ ଦଣ୍ଡବିଧି ସୁନିଶ୍ଚିତ କରିବାକୁ କହିଥିଲେ। ତେବେ ଏ ବାବଦ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ପାଳନ ହୋଇନଥିବାରୁ ଆଜି କୋର୍ଟ ଏଥିପାଇଁ ମାତ୍ର ୧ ସପ୍ତାହ ସମୟ ଧାର୍ଯ୍ୟ କରିଛନ୍ତି। ଭିଡ଼ ହିଂସାକୁ ନେଇ ଭାରତ ସମଗ୍ର ବିଶ୍ୱରେ ନିନ୍ଦିତ ହେଉଥିବା ବେଳେ ଏଥିପାଇଁ ଅନେକ ନିରୀହଙ୍କ ଜୀବନ ଯାଉଛି।

ସମ୍ବନ୍ଧିତ ଖବର