ସାଂସଦ ଓ ବିଧାୟକମାନଙ୍କର ସଂପତ୍ତି କିପରି ଅଦ୍ଭୂତପୂର୍ବ ଭାବେ ବଢ଼ୁଛି, ଏହାର ଯାଞ୍ଚ ପାଇଁ କାହିଁକି କୌଣସି ସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ; ମୋଦି ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ନିର୍ବାଚନରେ ବିଜୟଲାଭ ପରେ ସାଂସଦ ଓ ବିଧାୟକମାନଙ୍କର ସଂପତ୍ତି କିପରି ଅଦ୍ଭୂତପୂର୍ବ ଭାବେ ବଢ଼ୁଛି ତାକୁ ନେଇ ବିସ୍ମୟ ପ୍ରକାଶ କରିବା ସହ ଚିନ୍ତା ପ୍ରକଟ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ।

୨୦୧୯ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ଏପ୍ରସଙ୍ଗରେ ନିଜର ଅସନ୍ତୋଷ ଜାହିର କରିବା ସହ କାହିଁକି ସାଂସଦ ଓ ବିଧାୟକମାନଙ୍କର ସଂପତ୍ତି ଯାଞ୍ଚ ପାଇଁ କୌଣସି ପ୍ରକାରର ସ୍ଥାୟୀ ବ୍ୟବସ୍ଥା ସରକାର ଗ୍ରହଣ କରି ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟ ଉପରେ ନୋଟିସ୍‌ ଜାରି କରି ଏ ସଂପର୍କରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ନିଜର ବକ୍ତବ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୯ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରି ସାରିଥିବା ବେଳେ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟ ଠାରୁ ଜାଣିବାକୁ ଚାହିଁଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ସେମାନଙ୍କର ଆୟର ଉତ୍ସ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି ନା ନାହିଁ।

କାରଣ, କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟ ୨୦୧୯ରେ ନିର୍ବାଚନ ଆଇନ୍‌କୁ ସଂଶୋଧନ କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ସେମାନଙ୍କର ବିଗତ ୫ ବର୍ଷର ଆୟକର ରିଟର୍ଣ୍ଣ ଓ ବିଦେଶରେ ରହିଥିବା ସେମାନଙ୍କର ସଂପତ୍ତର ସବିଶେଷ ତଥ୍ୟ ଦେବା ପାଇଁ ବ୍ୟବସ୍ଥା ରହି ଥିବାବେଳେ ସେମାନଙ୍କର ଆୟର ଉତ୍ସ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି ନା ନାହିଁ।

ସମ୍ବନ୍ଧିତ ଖବର