ସୁରତ ଅଗ୍ନିକାଣ୍ଡ, ମୃତ୍ୟୁ ସଂଖ୍ୟା ୧୯ ଛୁଇଁଲା, କ୍ଷତିପୂରଣ ଘୋଷଣା କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ସୁରତ : ଗୁଜୁରାଟର ସୁରତରେ ଆଜି ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ପ୍ରତି ମୃତକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଏଠାରେ ଏକ ଫେସନ ଡିଜାଇନିଂ ଷ୍ଟୁଡିଓ ଥିଲା ଓ ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଟ୍ରେନିଂ ଦିଆଯାଉଥିଲା । ଉପର ମହଲାରେ ନିଆଁ ଲାଗିବା ପରେ ପିଲାମାନେ  ପ୍ରାଣ ବିକଳରେ ୪ ମହଲା ଉପରେ ଥିବା ଝରକାରୁ ଡେଇଁ ପଡିଥିଲେ । ଏତେ ଉପରୁ ଡେଇଁବା ଫଳରେ କେତେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁବରଣ କରିଥିବାବେଳେ କେତେକ ଆହତ ହୋଇଛନ୍ତି । ଷ୍ଟୁଡିଓ ଭିତରେ ମଧ୍ୟ ନିଆଁରେ ପୋଡି ହୋଇ କେତେକ ପିଲା ମୃତ୍ୟୁବରଣ କରିଥିବା ଜଣାଯାଇଛି । ଖବର ପାଇଁ ଘଟଣା ସ୍ଥଳରେ ପ୍ରାୟ ୧୫ଟି ଦମକଳ ଗାଡ଼ି ପହଞ୍ଚିଥିବା ସତ୍ତ୍ବେ ଏହି ଅଗ୍ନୀକାଣ୍ଡରେ ବ୍ୟାପକ ଧନଜୀବନ ହାନୀ ହୋଇଛି । ଏହି ଷ୍ଟୁଡିଓରେ ମୋଟ ୫୦ ଜଣ ପିଲା ଥିବା କୁହାଯାଉଛି । ମୃତ୍ୟୁସଂଖ୍ୟା ଆଗକୁ ବଢିବା ସମ୍ଭାବନା ରହିଛି ।

 

ସମ୍ବନ୍ଧିତ ଖବର