ଆରମ୍ଭ ହେଲା ଦେଶର ପ୍ରଥମ ଦିବ୍ୟାଙ୍ଗ ନିଉଜ୍‌ ଚ୍ୟାନେଲ, ଆଙ୍କରଠାରୁ ଆରମ୍ଭ କରି ଅତିଥିଙ୍କ ପର୍ଯ୍ୟନ୍ତ ସମସ୍ତେ ଦିବ୍ୟାଙ୍ଗ

ସୁରଟ୍‌ : ସୁରଟରେ ଦିବ୍ୟାଙ୍ଗମାନଙ୍କ ପାଇଁ ଦେଶର ପ୍ରଥମ ଦିବ୍ୟାଙ୍ଗ ନିଉଜ୍‌ ଚ୍ୟାନେଲ ଆରମ୍ଭ କରାଯାଇଛି,  ଯେଉଁଠି ନିଉଜ୍‌ ଆଙ୍କରଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ଏବଂ ଅତିଥି ଦିବ୍ୟାଙ୍ଗ ରହିବେ ବୋଲି ଜଣା ପଡ଼ିଛି । ଦକ୍ଷିଣ ଗୁଜୁରାଟରୁ ଏହା ପ୍ରସାରଣ ଆରମ୍ଭ କରାଯାଇ ସାରିଛି । ଏହାକୁ କିଛି ଦିନ ମଧ୍ୟରେ ସାରା ଦେଶରେ ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି ।

ଏହି ଚ୍ୟାନେଲକୁ ଡିଜେବଲ େଓ୍ଵଲଫେୟାର ଟ୍ରଷ୍ଟ ଆରମ୍ଭ କରିିଛି । ଚାନେଲର ସଞ୍ଚାଳକ କନୁ ଟେଲରଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ ଆଙ୍କରିଂଠାରୁ ଆରମ୍ଭ କରି ସାକ୍ଷାତକାର ପର୍ଯ୍ୟନ୍ତ ସବୁ କାମ ଦିବ୍ୟାଙ୍ଗ କରିବେ । ଖୁବ୍‌ ଶୀଘ୍ର ସେମାନଙ୍କୁ ଟ୍ରେନିଙ୍ଗ  ଦିଆଯିବା କାମ ଆରମ୍ଭ କରାଯିବ । ଏହି କାମ ପୂରା ହେବା ପାଇଁ ୬ ମାସ ସମୟ ଲାଗିପାରେ । ଏହା ପରେ ଏହା ସଂପୂର୍ଣ୍ଣ ଭାବରେ ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ ଚ୍ୟାନେଲ ହୋଇଯିବ ।

ଏହି ଚ୍ୟାନେଲରେ ଇଣ୍ଟରଭିଉ,ଦିବ୍ୟାଙ୍ଗଙ୍କ ପାଇଁ ଥିବା ବିଭିନ୍ନ ସରାକରୀ ଯୋଜନା,ଧାର୍ମିକ ଏବଂ ସାମାଜିକ ଖବର ବ୍ୟତୀତ ଅନ୍ୟ କୌଣସି ଖବର ପ୍ରସାରଣ କରାଯିବ ନାହିଁ । ଅନ୍ୟ ପକ୍ଷରେ ପ୍ରଥମ ଦିବ୍ୟାଙ୍ଗ ଚ୍ୟାନେଲ ଭାବରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ଼୍‍ ରେକର୍ଡ଼ରେ ଚ୍ୟାନେଲକୁ ସାମିଲ କରିବା ପାଇଁ ଚ୍ୟାନେଲର ପ୍ରୋଗ୍ରାମ୍‌ ନିର୍ଦ୍ଦେଶକ ନିତଲ ଶାହା ଆବେଦନ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର