ଭୁବନେଶ୍ୱର: ଗୁଜରାଟର ସୁରତରେ ୧୧ ବର୍ଷୀୟା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ସଂପର୍କ ଓଡ଼ିଶା ସହିତ ରହିଛି। ଏହି ଅଚିହ୍ନା ନାବାଳିକା ଜଣକ ଓଡ଼ିଶାର ହୋଇଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି ବୋଲି ଗୁଜରାଟ ଗୃହ ମନ୍ତ୍ରୀ ପ୍ରଦୀପ ସିଂ ଜାଦେଜା ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁଜରାଟ ଗୃହମନ୍ତ୍ରୀ ପିଏସ ଜାଦେଜା କହିଛନ୍ତି ଯେ ନିଖୋଜ ଥିବା ୮ ହଜାର ନାବାଳିକାଙ୍କ ଉପଲବ୍ଧ ଫଟୋ ସହିତ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନାବାଳିକାର ଫଟୋ ମିଳାଇ ତାଙ୍କ ପରିଚୟ ପାଇବା ପାଇଁ ପୁଲିସ ଚେଷ୍ଟା କରୁଛି। ତେବେ ପ୍ରାରମ୍ଭିକ ଭାବେ ଯାହା ସୂଚନା ମିଳିଛି, ମୃତ ନାବାଳିକା ଜଣକ ଓଡ଼ିଶାର ହୋଇଥାଇ ପାରନ୍ତି ବୋଲି ଆମେ ସନ୍ଦେହ କରୁଛୁ। ତେଣୁ ନିଖୋଜ ଓଡ଼ିଶାର ନାବାଳିକମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି ବୋଲି ଶ୍ରୀ ଜାଦେଜା କହିଛନ୍ତି। ଏ ନେଇ ଗୁଜୁରାଟ ପୁଲିସ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କ ସହିତ ଗୁଜରାଟ ପୁଲିସ ସମ୍ପର୍କରେ ରହିଛନ୍ତି ବୋଲି ଶ୍ରୀ ଜାଦେଜା ସୂଚନା ଦେଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ନାବାଳିକାଙ୍କ ପରିବାର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ବୋଲି ଶ୍ରୀ ଜଦେଜା କହିଛନ୍ତି।
ସୁଚନାଯୋଗ୍ୟ କି ପୀଡ଼ିତାଙ୍କ ଶରୀରରେ ୮୬ଟି କ୍ଷତଚିହ୍ନ ରହିଛି। ନାବାଳିକାଙ୍କ ପରିଚୟ ପାଇବା ଲାଗି ପୁଲିସ ପକ୍ଷରୁ ୨୦,୦୦୦ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଏପ୍ରିଲ ୬ ତାରିଖରେ ସୁରତର ପୋଣ୍ଡେସରା ସ୍ଥିତ ଏକ ଆପାର୍ଟମେଂଟ୍ ପଛରେ ଥିବା ଏକ ଖେଳପଡ଼ିଆରୁ ନାବାଳିକାର କ୍ଷତବିକ୍ଷତ ମୃତଦେହକୁ ପୁଲିସ୍ ଉଦ୍ଧାର କରିଥିଲା ।