ସର୍ଜିକାଲ ଷ୍ଟ୍ରାଇକ୍‌କୁ ନିୟମିତ କରିବା ଲକ୍ଷ୍ୟରେ ତିନି ସେନାର ବଛାବଛା କମାଣ୍ଡୋଙ୍କୁ ନେଇ ଗଠିତ ହେଲା ସର୍ଜିକାଲ ଷ୍ଟ୍ରାଇକ୍‌ ସ୍ପେଶାଲ ଫୋର୍ସ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ଯେ କୌଣସି ପ୍ରକାର ଆହ୍ଵାନକୁ ସମ୍ମୁଖୀନ କରିବା ସହ ନିୟମିତ ବ୍ୟବଧାନରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବା ଏବଂ ଗୁପ୍ତ ମିଶନକୁ ସାକାର କରିବା ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍‌ ସ୍ପେଶାଲ ଫୋର୍ସ ନାମରେ ଏକ ନୂତନ ବାହିନୀ ଗଠନ କରାଯାଉଛି। ଗଠିତ ହେବାକୁ ଥିବା ଏହି ନୂତନ ବାହିନୀରେ ସେନାର ତିନି ବାହିନୀ- ସ୍ଥଳସେନା, ବାୟୁସେନା, ନୌସେନା-ର ବଛାବଛା କମାଣ୍ଡୋମାନଙ୍କୁ ନିଆଯିବା ସହ ପାରାକମାଣ୍ଡୋମାନଙ୍କୁ ମଧ୍ୟ ଏହି ସ୍ୱତନ୍ତ୍ର ବିହିନୀରେ ନିଯୁକ୍ତ କରାଯିବ। ଏଥିସହ ଏହି ସ୍ୱତନ୍ତ୍ର ବାହିନୀର ନେତୃତ୍ୱ ନେବାପାଇଁ ଲେଫ୍ଟନାଣ୍ଟ ମେଜର ଜେନେରାଲ ର‍୍ୟାଙ୍କ୍‌ର ଜଣେ ସେନା ଅଧିକାରୀଙ୍କୁ ନିଯୁକ୍ତ କରାଯିବ ବୋଲି ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି।

India Today

ଏହି ସ୍ୱତନ୍ତ୍ର ବାହିନୀ ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏବଂ ନିଯୁକ୍ତି ପ୍ରକ୍ରିୟାକୁ ଖୁବ୍‌ଶୀଘ୍ର ଶେଷ କରାଯିବା ପରେ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହେବ। ବିଭିନ୍ନ ପ୍ରକାରର ମିଶନ ପାଇଁ ଏହି ସ୍ୱତନ୍ତ୍ର ବାହିନୀକୁ କେବଳ ମାତ୍ର ଦେଶ ଭିତରେ ନୁହେଁ ବରଂ ଦେଶ ବାହାରେ ମଧ୍ୟ ମୁତୟନ କରାଯିବ। ଏବଂ ଏହି ବାହିନୀର ମୁତୟନ ଓ କାର୍ଯ୍ୟ ସଂପର୍କିତ ସମସ୍ତ ତଥ୍ୟ ସଂପୂର୍ଣ୍ଣ ରୂପେ ଗୋପନ ରଖାଯିବ। ବିଶେଷ କରି ଦେଶର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଯେତେବେଳେ ଦେଶର ସୁରକ୍ଷାକୁ ବିପନ୍ନ କରିବା ଲକ୍ଷ୍ୟରେ ଗୋପନ କାର୍ଯ୍ୟକ୍ରମ କରୁଥିବେ ସେତେବେଳେ ଏହି ସ୍ୱତନ୍ତ୍ର ବାହିନୀ ସେମାନଙ୍କ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ସେମାନଙ୍କ ଏହି ଯୋଜନାକୁ ପଣ୍ଡ କରିବେ।

ସମ୍ବନ୍ଧିତ ଖବର