ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍‌ଙ୍କ ବୟାନ ପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ୍‌: କହିଲେ, ରାଜନୈତିକ ଫାଇଦା ନେଇଛନ୍ତି

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ନେଇ ଏକ୍‌ଜିଟ୍‌ ପୋଲ୍‌ରେ କଂଗ୍ରେସ ଫାଇଦା ପାଉଥିବା ପୂର୍ବାନୁମାନ ହୋଇଛି। ଏହାକୁ ନେଇ କଂଗ୍ରେସ ଶିବିରରେ ବେଶ୍‌ ଉତ୍ସାହ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ନର୍ଦ୍ଦନ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍‌ ଡି.ଏସ୍‌.ହୁଦାଙ୍କର ୨୦୧୬ ସର୍ଜିକାଲ୍‌ ଷ୍ଟ୍ରାଇକ ନେଇ ମନ୍ତବ୍ୟ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ କରିବାର ସୁଯୋଗ ସୃଷ୍ଟି କରିଛି।

୨୦୧୬ରେ ପାକ୍‌-ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ ଉପରେ ଭାରତୀୟ ସେନାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଯୋଜନା ଓ ରୂପାୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଡି.ଏସ୍‌. ହୁଦା। ନିକଟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସାମରିକ ଦୃଷ୍ଟିରୁ ସର୍ଜିକାଲ ଷ୍ଟ୍ରାଇକ୍‌ ଆବଶ୍ୟକ ଥିଲା। କିନ୍ତୁ ମୁଁ ଭାବୁଛି ଏହାର ଅତ୍ୟାଧିକ ପ୍ରଚାର କରାଯିବା ସହ ରାଜନୀତିକରଣ ମଧ୍ୟ କରାଯାଇଛି।’

 

ଏହି ମନ୍ତବ୍ୟ ଆସିବା ପରେ ରାହୁଲ ଗାନ୍ଧିଲେଫ୍ଟନାଣ୍ଟ ଜେନେରାଲ୍‌ ହୁଦାଙ୍କୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ସେନାକୁ ବ୍ୟକ୍ତିଗତ ସଂପତ୍ତି ଭାବେ ବ୍ୟବହାର କରିବା ସହ ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ରାଜନୈତିକ ପୁଞ୍ଜି କରିଛନ୍ତି ବୋଲି ଟ୍ଵିଟ୍‌ କରିଛନ୍ତି।

ତେବେ ସେନାଧ୍ୟକ୍ଷ ଜେନେରାଲ୍‌ ବିପିନ୍‌ ରାଓ୍ଵତ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପ୍ରସଙ୍ଗରେ ମତାମତ ଦେଇ କହିଛନ୍ତି ଯେ, ଏହା ଲେଫ୍ଟନାଣ୍ଟ ଜେନେରାଲ୍‌ ହୁଦାଙ୍କ ବ୍ୟକ୍ତିଗତ ମନ୍ତବ୍ୟ। ମୋର ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ଆଉ କୌଣସି ମନ୍ତବ୍ୟ ମୁଁ ଦେବାକୁ ଚାହେଁନା।

ସମ୍ବନ୍ଧିତ ଖବର