୭ବର୍ଷୀୟା ପାକିସ୍ତାନୀ ଶିଶୁର ମେଡିକାଲ ଭିସା ମଞ୍ଜୁର କଲେ ସୁଷମା

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଶମା ସ୍ୱରାଜ ଆଜି ଅନ୍ୟ ଜଣେ ପାକିସ୍ତାନୀଙ୍କ ଭିସା ଆବେଦନକୁ ମଞ୍ଜୁର କରିଛନ୍ତି। ଚଳିତ ଥର ସୁଶମା କରାଚିର ଜଣେ ୭ ବର୍ଷୀୟା ଝିଅର ମେଡିକାଲ ଭିସା ଅନୁମୋଦନ କରିଛନ୍ତି। କରାଚିର ଉକ୍ତ ଶିଶୁକନ୍ୟାର ଭାରତରେ ଓପନ୍‌ ହାର୍ଟ ଅପରେସନ ନେଇ ତା’ର ମା’ ନିଦା ଶୋଏବ୍‌ ସୁଶମାଙ୍କୁ ଭିସା ମଞ୍ଜୁର ପାଇଁ ଅନୁରୋଧ କରିଥିଲେ। ଶୋଏବଙ୍କ ଦରଖାସ୍ତ ଗତ ଅଗଷ୍ଟ ମାସରୁ ପଡ଼ି ରହିଥିବାବେଳେ ଆଜି ସୁଶମା ଭିସା ଅନୁମୋଦନ କରିବାଫଳରେ ବେଶ୍‌ ଖୁସି ହୋଇପଡ଼ିଛନ୍ତି। ଅନ୍ୟ ପକ୍ଷରେ ସୁଶମା ମଧ୍ୟ ତାଙ୍କ ଝିଅର ମଙ୍ଗଳକାମନା କରିବା ସହ ସେ ଶୀଘ୍ର ସୁସ୍ଥ ହୋଇଯିବ ବୋଲି ଆଶା ପ୍ରକଟ କରିଛନ୍ତି। ପୁର୍ବରୁ ଜୁନ୍‌ ମାସରେ ମଧ୍ୟ ସୁଶମା ଅନ୍ୟଜଣେ ପାକିସ୍ତାନ ଶିଶୁ ରୋହାନ୍‌ର ହୃଦ୍‌ ଅପରେସନ ପାଇଁ ଭିସା ଅନୁମୋଦନ କରିଥିଲେ। ରୋହାନର ବାପା କହିଥିଲେ ଯେ ମୋ ପୁଅର ହୃଦ୍‌ ସ୍ପନ୍ଦନ ହେଉଛି କେବଳଳ ସୁଶମାଙ୍କ ପାଇଁ। କିନ୍ତୁ ଗତମାସରେ ଜଳଶୁଷ୍କତା କାରଣ ପାଇଁ ରୋହାନର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର