ବୈଠକ ଅଧାରୁ ଛାଡ଼ିଲେ ସୁଷମା

ନ୍ୟୁୟର୍କ : ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଆଜି ସାର୍କ ବିଦେଶ ମନ୍ତ୍ରୀଙ୍କ ବୈଠକ ଅଧାରୁ ଛାଡ଼ି ପଳାଇ ଆସିଥିବାରୁ ପାକିସ୍ତାନକୁ ଶକ୍ତ ଝଟ୍‌କା ଲାଗିଛି। ସୁଷମା ଆଜି ୭୩ ତମ ଜାତିସଂଘ ସାଧାରଣ ଅଧି‌େବସନ ଅବସରରେ ସାର୍କ ପରିଷଦ ମନ୍ତ୍ରୀମାନଙ୍କର ଏକ ଅନୌପଚାରିକ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ସୁଷମାଙ୍କ ପାକିସ୍ତାନ ପ୍ରତିପକ୍ଷ ଶାହ ମହମଦ କ୍ୟୁରେଶି ମଧ୍ୟ ଯୋଗ ଦେଇଥିଲେ। ତେବେ ସୁଷମା ତାଙ୍କ ବୟାନ ରଖିବା ପରେ ବୈଠକ ତୁରନ୍ତ ଛାଡ଼ିଦେବାରୁ କ୍ୟୁରେଶି ତାଙ୍କୁ ସମାଲୋଚନା କରିଛନ୍ତି। ସୁଷମାଙ୍କ ସହ ସେ ଚେଷ୍ଟା କରି ମଧ୍ୟ କଥା ହୋଇପାରିନଥିବା କହିଛନ୍ତି। ତେବେ ଭାରତ ପକ୍ଷରୁ କୁହାଯାଇଛି ଯେ ବୈଠକରେ ମତ ରଖିବା ପରେ ସୁଷମା ସେଠାରୁ ‌ଫେରିଥିଲେ। ଏଭଳି ବୈଠକରେ ଜଣେ ମନ୍ତ୍ରୀ ନିଜର ମତ ରଖିବାପରେ ବୈଠକ ଛାଡ଼ିବା ଅତି ସାଧାରଣ କଥା ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର