ଆଡଭାନୀ ଓ ନରେନ୍ଦ୍ର ମୋଦୀଙ୍କ ଉପରେ ଦେଇଥିବା ବିବାଦୀୟ ବୟାନକୁ ନେଇ ସୁଷମାଙ୍କ ରାହୁଲଙ୍କୁ କଡ଼ା ଜବାବ, ଭାଷାରେ ମର୍ଯ୍ୟାଦା ରଖ ବୋଲି କହିଲେ

0

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଡଭାନୀ ଓ ନରେନ୍ଦ୍ର ମୋଦୀଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଖପ୍ପା ହୋଇଯାଇଛନ୍ତି। ସୁଷମା ସ୍ୱରାଜ ରାହୁଲଙ୍କୁ ଟୁଇଟ କରି କହିଥିଲେ, ଆଡଭାନୀ ଆମର ପିତା ସମାନ। ଆପଣଙ୍କ ଏପରି ବୟାନ ମୋତେ ବହୁତ ଆଘାତ ଦେଇଛି। ଦୟାକରି ନିଜ ଭାଷା ଉପରେ ଶାଳୀନତା ଓ ଶିଷ୍ଟାଚାର ଭିତରେ ଅଭିଭାଷଣ ରଖନ୍ତୁ।।

nationalheraldindia.com

ସୂଚନାଯୋଗ୍ୟ, ପ୍ରଧାନମନ୍ତୀ ମୋଦୀ ବିଜେପିର ବରିଷ୍ଠ ନେତା ଆଡଭାନୀଙ୍କୁ ନିଜର ‘ଗୁରୁ’ ବୋଲି କୁହନ୍ତି। ତେବେ ଦଳ ପକ୍ଷରୁ ଆଡଭାନୀଙ୍କୁ ଟିକଟ ନମିଳିଥିବାରୁ ଏହାର ଜବାବରେ ରାହୁଲ ଗାନ୍ଧି ମୋଦୀଙ୍କୁ କଟାକ୍ଷ କରି କହିଥିଲେ ମୋଦୀ ଆଡଭାନୀଙ୍କୁ ‘ଜୋତା’ରେ ମାରି ଷ୍ଟେଜରୁ ତଳକୁ ଓହ୍ଲାଇ ଦେଇଥିଲେ। ମୋଦୀ ନିଜ ଗୁରୁଙ୍କୁ ସମ୍ମାନ ଦେଇ ଜାଣନ୍ତି ନାହିଁ । ବିଜେପିରେ ହିନ୍ଦୁ ଧର୍ମକୁ ଅଧିକ ଗୁରୁତ୍ୱ ଦିଆ ଯାଉଥିବାବେଳେ ଏବେ ଗୁରୁ-ଶିଷ୍ୟ ପରମ୍ପରା କାହିଁକି ଏତେ ନିମ୍ନସ୍ତରକୁ ଯାଇଛି ବୋଲି ରାହୁଲ କହିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.