ସ୍ୱାମୀଙ୍କୁ ସାଉଦି ଆରବରୁ ଫେରାଇ ଆଣିବା ଲାଗି ସୁଷମା ସ୍ୱରାଜଙ୍କୁ ନିବେଦନ କରିଲେ ହାଇଦ୍ରାବାଦ୍‌ର ମହିଳା

ହାଇଦ୍ରାବାଦ: ହାଇଦ୍ରାବାଦ୍‌ରେ ରହୁଥିବା ଜଣେ ମହିଳା କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ତାଙ୍କ ସ୍ୱାମୀଙ୍କୁ ସାଉଦି ଆରବରୁ ଫେରାଇ ଆଣିବା ଲାଗି ନିବେଦନ କରିଥିଲେ। ସାଉଦି ଆରବକୁ ରୋଜଗାର ପାଇଁ ଯାଇଥିବା ଉକ୍ତ ମହିଳାଙ୍କ ସ୍ୱାମୀ ଅଦନ ବିମାନ ବନ୍ଦରରେ ଗିରଫ କରାଯାଇଥିଲା। ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀ ସାଙ୍ଗଙ୍କ ସହିତ ଭାରତ ଫେରୁଥିଲେ। ଉଭୟଙ୍କୁ ଏକ ଡିପ୍ରେସନ୍‌ ସେଣ୍ଟରରେ ରଖାଯାଇ ଥିଲା। ଏପରିକି ସେମାନଙ୍କର ଗିରଫଦାରୀକୁ ନେଇ ସୂଚନା ମଧ୍ୟ ଦିଆଯାଉ ନ ଥିଲା।


ହ୍ରାଇଦ୍ରାବାଦର ଏହି ମହିଳା ଫରିଦା ଅସରା ତବସୁମ କହିଛନ୍ତି ଯେ ତାଙ୍କ ସ୍ୱାମୀ ଓ ସାଙ୍ଗ ସାଉଦି ଆରବରେ ୮ବର୍ଷ ହେବ ଏକ ଗଦି କଂପାନିରେ କାମ କରୁଥିଲେ। ସେମାନଙ୍କୁ ୨ ବର୍ଷ ହେବ ଦରମା ମଧ୍ୟ ମିଳୁ ନଥିବାର ଅଭିଯୋଗ କରିଛନ୍ତି ତବସୁମ୍‌। ଏହି ପ୍ରସଙ୍ଗରେ ତବସୁମ୍‌ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଚିଠି ଲେଖି ସ୍ୱାମୀଙ୍କୁ ଭାରତ ଫେରାଇ ଆଣିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର