ରିୟାଦରେ ଫସିଥିବା ଭାରତୀୟ ଦେଲେ ଆତ୍ମହତ୍ୟାର ଧମକ, ସୁଷମା ସ୍ୱରାଜ କହିଲେ; ଆତ୍ମହତ୍ୟା କରିବା ଠିକ୍ ନୁହେଁ, ସାହାଯ୍ୟ ପାଇଁ ଆମେ ଅଛୁ
ନୂଆଦିଲ୍ଲୀ : ପୂର୍ବରୁ ଟୁଇଟ୍ର ଜରିଆରେ ଭାରତ ବାହାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଭାରତୀୟଙ୍କୁ ସାହାଯ୍ୟ କରି ଆସିଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି । ଭାରତୀୟଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ତତ୍ପର ରହୁଥିବା ସୁଷମା ସ୍ୱରାଜ ରିୟାଦରେ ରହୁଥିବା ଜଣେ ଭାରତୀୟଙ୍କୁ ଯେଉଁଭଳି ଭାବରେ ସାହାଯ୍ୟ କରିଛନ୍ତି, ତାହା ସମସ୍ତଙ୍କ ହୃଦୟ କିଣି ନେଇଛି । ରିୟାଦରେ ଫସି ରହିଥିବା ଜଣେ ଯୁବକ ଟୁଇଟ୍ କରି ଆତ୍ମହତ୍ୟାର ଧମକ ଦେବା ପରେ ସୁଷମା ସ୍ୱରାଜ ତୁରନ୍ତ ତାଙ୍କୁ ଟୁଇଟ୍ କରି ଏପରି କରିବା ପାଇଁ ମନା କରିଥିଲେ । “ଆତ୍ମହତ୍ୟା ବିଷୟରେ ଭାବିବା ବା କରିବା ଠିକ୍ ନୁହେଁ । ଆମେ ଅଛୁ । ଆମ ଦୂତାବାସ ଆପଣଙ୍କୁ ସାହାଯ୍ୟ କରିବ” ବୋଲି ଲେଖିଥିଲେ ସୁଷମା ସ୍ୱରାଜ । ଏଭଳି ଟୁଇଟ୍ ପରେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
‘Khud kusi’ ki baat nahin sochte. Hum hain na. Hamari Embassy aapki poori madad karegi.
@IndianEmbRiyadh – Pls send me a report on this. https://t.co/ajU8EXyhAK— Chowkidar Sushma Swaraj (@SushmaSwaraj) April 18, 2019
ସୂଚନା ମୁତାବକ, ରିୟାଦରେ ଫସି ରହିଥିବା ଅଲ୍ଲୀ ନାମକ ଜଣେ ଯୁବକ ଟୁଇଟ୍ କରି, “ସାର୍, ଗୋଟେ କଥା କୁହନ୍ତୁ । ଆପଣମାନେ ମୋତେ ସାହାଯ୍ୟ କରିବେ ନା ମୁଁ ଆତ୍ମହତ୍ୟା କରିନେବି । ୧୨ମାସ ହେଲାଣି ମୁଁ ଦୂତାବାସରେ ଭାରତ ଫେରିବା ପାଇଁ ଅନୁରୋଧ କରି ଆସୁଥିଲେ ମଧ୍ୟ ମୋତେ ସାହାଯ୍ୟ କରିବା ପରିବର୍ତ୍ତେ ବୁଝାଇ ଛାଡ଼ି ଦେଉଛନ୍ତି । ମୋତେ ଭାରତ ପଠାଇ ଦେଲେ ବହୁତ ଭଲ ହେବ” ବୋଲି ଲେଖିଥିଲେ ଅଲ୍ଲୀ । ଏହା ପରେ ତୁରନ୍ତ ସୁଷମା ସ୍ୱରାଜ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।