୧୪ମିନିଟ୍‌ ପର୍ଯ୍ୟନ୍ତ ରାଡର୍‌ରୁ ଉଭେଇ ଗଲା ସୁଷମାଙ୍କ ବିମାନ !

ନୂଆଦିଲ୍ଲୀ: ଆକସ୍ମିକ ଭାବେ ଭିଆଇପି ଏୟାରକ୍ରାପ୍ଟ ମେଘଦୁତ ସହିତ ସମ୍ପର୍କ ହୋଇ ନପାରିବାରୁ ଶନିବାର ଅଥରିଟି ସଙ୍କଟରେ ପଡ଼ି ଯାଇଥିଲେ। ଏହି ଏୟାରକ୍ରାପ୍ଟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତ୍ରୀବେନ୍ଦ୍ରମରୁ ମରିସସ ଅଭିମୁଖେ ଯାତ୍ରା କରୁଥିଲେ। ବୈଦେଶିକ ମନ୍ତ୍ରୀ ଦକ୍ଷିଣ ଆଫ୍ରିକାଗ୍ରସ୍ତରେ ଯାଇଥିଲେ। ସୁଷମା ସ୍ୱରାଜଙ୍କ ଏୟାରକ୍ରାପ୍ଟ ସହିତ ପାଖାପାଖି ୧୨ରୁ ୧୪ ମିନିଟ୍‌ ପର୍ଯ୍ୟନ୍ତ ସମ୍ପର୍କ କରାଯାଇ ପାରି ନଥିଲା।

ଏହି ମାମଲା ସହିତ ଜଡ଼ିତ ଥିବା ଅଧିକାରୀଙ୍କ ଭୟ ସେତେବେଳେ ବଢ଼ି ଯାଇଥିଲା ଯେତେବେଳେ ସୁଷମା ସ୍ୱରାଜଙ୍କ ଏୟାରକ୍ରାପ୍ଟ ଓ ମରିସସ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ମଧ୍ୟରେ ସମ୍ପର୍କ ହୋଇପାରି ନଥିଲା। ସୌଭାଗ୍ୟବଶତଃ କୌଣସି ଅସୁବିଧା ନହୋଇ ସୁଷମା ସ୍ୱରାଜ ରବିବାର ମରିସିସ୍‌ରେ ପହଞ୍ଚି ସେଠାକାର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ର କୁମାର ଜଗନ୍ନାଥଙ୍କ ସହିତ ସାକ୍ଷାତ କରିଛନ୍ତି।

ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ କାମ ଦେଖୁଥିବା ଏୟାରପୋର୍ଟ ଅଥରିଟି ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମର ଏୟାରସ୍ପେସ୍‌, ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ବିମାନ ହଜିଯିବା ଘୋଷଣା କରିବା ପାଇଁ ୩୦ମିନିଟ୍‌ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ଏହାପରେ ମରିସସ ଏୟାରସ୍ପେସ୍‌ରେ ପ୍ରବେଶ କରିବାର ୧୨ମିନିଟ୍‌ ପରେ ମରିସସ ଅଥରିଟି INCEFRA ଆଲାରାମ୍‌ ବଟମ୍‌ ଦବାଇ ଦେଇଥିଲେ। କାରଣ ବିମାନ ସହିତ ସମ୍ପର୍କ ହୋଇ ପାରି ନଥିଲା। ଏହି ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର