ସାଉଦିରେ ଫସିଥିବା ବ୍ୟକ୍ତିଙ୍କୁ ସୁ‌ଷମାଙ୍କ ସହାୟତା

ନୂଆଦିଲ୍ଲୀ: ସାଉଦି ଆରବରୁ ଭାରତକୁ ଫେରି ପାରୁ ନଥିବା ଅଲ୍ଲୀ ନାମକ ଜଣେ ବ୍ୟକ୍ତି ଶେଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହାୟତା ଲୋଡ଼ିଛନ୍ତି। ସୋସିଆଲ ମିଡ଼ିଆ ସାଇଟ୍ ଟ୍ବିଟରରେ ସେ ଏହି ସହାୟତା ମାଗିଛନ୍ତି। ସୁଷମା ମଧ୍ୟ ତାଙ୍କ ଉତ୍ତର ଦେବା ସହ ଉକ୍ତ ବ୍ୟକ୍ତିଙ୍କୁ ମୁକୁଳାଇବା ପାଇଁ ପଦକ୍ଷେପ ନେବାକୁ ରିୟାଦସ୍ଥିତ ଦୂତାବାସଙ୍କୁ ନିର୍ଦେଶ ଦେଇଛନ୍ତି। ତାଙ୍କୁ ଭାରତ ଫେରାଇ ନିଆ ନଗଲେ ସେ ଆତ୍ମହତ୍ୟା କରିଦେବେ ବୋଲି ହତାଶ ହୋଇ କରିଛନ୍ତି। ତେବେ ସୁଷମା ତାଙ୍କୁ ସାନ୍ବନା ଦେଇ କହିଛନ୍ତି ଆତ୍ମହତ୍ୟା କଥା ଚିନ୍ତା କରନି। ଆମେ ତୁମ ପାଇଁ ଅଛୁ। ଦୂତାବାସ ତୁମକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ସୁଷମା ଟ୍ବିଟ୍ କରିଛନ୍ତି। ଅଲି ଏକ ବର୍ଷ ହେଲା ଭାରତ ଫେରିବାକୁ ଚାହୁଛନ୍ତି। ସେ ବହୁତ ଥର ଦୂତାବାସରେ ଅନୁରୋଧ କରିଛନ୍ତି। ଶେଷରେ ନିରାଶ ହୋଇ ସେ ଟ୍ୱିଟର୍‌୍‌ରେ ବୈଦେଶିକ ମନ୍ତ୍ରୀଙ୍କୁ ଟ୍ବିଟ୍ କରିଛନ୍ତି। ମୋତେ ଭାରତକୁ ପଠାଇପାରିଲେ ଭଲ ହେବ। ମୋର ଚାରି ଜଣ ପିଲା ମଧ୍ୟ ଅଛନ୍ତି। ଏହାର ଜବାବ ଦେଇ ସୁଷମା ଅଲିଙ୍କୁ ଉକ୍ତ ଆଶ୍ୱାସନା ଦେଇଛନ୍ତି।

ସମ୍ବନ୍ଧିତ ଖବର