ଏକା ସମୟରେ ଆତଙ୍କବାଦ ଓ ଆଲୋଚନା ଚାଲି ପାରିବନି, ମାସୁଦ ଅଝାରକୁ ହସ୍ତାନ୍ତର କର: ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ

ନୂଆଦିଲ୍ଲୀ:  ପାକିସ୍ତାନ ଯେପର୍ଯ୍ୟନ୍ତ ନିଜ ମାଟିରେ ଆତଙ୍କବାଦୀଙ୍କୁ ସହାୟତା ଦେଉଥିବ ସେ ପର୍ଯ୍ୟନ୍ତ ଆମେ କୌଣସି ଆଲୋଚନା କରିବା ସମ୍ଭବ ନୁହେଁ । ଏପରି ରୋକଠୋକ କଥା ଶୁଣାଇ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ପଟେ ଆତଙ୍କବାଦ ଏବଂ ଆଉ ଗୋଟିଏ ପଟେ କଥାବାର୍ତା କେବେ ବି ସମ୍ଭବ ନୁହେଁ । ଯଦି ଇମ୍ରାନ ଖାନ ଏତେ ଉଦାର ତେବେ ଭାରତକୁ ମାସୁଦ ଅଝାରକୁ ହସ୍ତାନ୍ତର କରିବା ପାଇଁ ପାକିସ୍ତାନକୁ ଆହ୍ୱାନ ଦେଇଛନ୍ତି ସୁଷମା । ଏହାସହ ସେ ଆହୁରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଆଇଏସଆଇ ଓ ସେନାକୁ ନିଜ ନିୟନ୍ତ୍ରଣରେ ରଖୁ ।

କାରଣ ପାକିସ୍ତାନ ସେନା ହିଁ ଦୁଇଦେଶ ମଧ୍ୟରେ ଥିବା ସମ୍ପର୍କକୁ ଖରାପ କରୁଛି । ଏହାସହ ସୁଷମା କହିଛନ୍ତି ଯେ, ଆମେ ଆତଙ୍କବାଦୀ ସମ୍ପର୍କରେ ଆଲୋଚନା କରିବା ପାଇଁ ଚାହୁଁନାହୁଁ ବରଂ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଚାହୁଁ ବୋଲି ସିଧାସିଧା କହିଛନ୍ତି ସୁଷମା । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଏକା ସମୟରେ ଆତଙ୍କବାଦ ଓ ଆଲୋଚନା ଚାଲି ପାରିବନି । ଭାରତ ଆତଙ୍କବାଦ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଓ ଆତଙ୍କବାଦକୁ ନିପାତ କରିବା ପାଇଁ ଆମେ ସବୁବେଳେ ପ୍ରସ୍ତୁତ ବୋଲି ସୁଷମା କହିଛନ୍ତି ।

ସମ୍ବନ୍ଧିତ ଖବର