ଦୁଷ୍କର୍ମ ମାମଲାରେ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଜାମିନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଆହ୍ଲାବାଦ ହାଇକୋର୍ଟରେ ଜାମିନ ମିଳିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦ ଗତ ବର୍ଷ ସେପ୍ଟେମ୍ବର ୨୦ରେ ଗିରଫ ‌ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌) ଦ୍ବାରା ଏହି ମାମଲାରେ ତଦନ୍ତ ଜାରି ରହିଛି। ତେବେ ଚିନ୍ମୟାନନ୍ଦ ଏହ‌ି ମାମଲାରେ ଗିରଫ ହେବାପରେ ବି‌ଜେପି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା। ଅନ୍ୟପକ୍ଷେ ଏସ୍‌ଆଇଟି ଉକ୍ତ ମାମଲାରେ ଗତବର୍ଷ ନଭେମ୍ବର ୬ରେ ଚାର୍ଜସିଟ୍‌ ଦାଖଲ କରିଥିଲା।

ସମ୍ବନ୍ଧିତ ଖବର