ଆମେରିକାରେ ୩ ବର୍ଷୀୟ ଭାରତୀୟ ପୋଷ୍ୟ କନ୍ୟା ନିଖୋଜ: ସ୍ୱରାଜଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: ଆମେରିକାର ଟେକ୍‌ସାସ୍‌ରେ ଜଣେ ତିନି ବର୍ଷୀୟ ଭାରତୀୟ ବାଳିକା ନିଖୋଜ ହୋଇଥିବା କାରଣରୁ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ମିଳିଥିବା ଖବର ଅନୁସାରେ, ଶନିବାର ଦିନ କ୍ଷୀର ନ ପିଇବାକୁ ଜିଦି କରିବାରୁ ତା’ର ବାପାମାଆ ତାକୁ ଘର ବାହାରେ ଠିଆ କରାଇ ଦେବା ପରେ ସେ ନିଖୋଜ ହୋଇ ଯାଇଥିଲା।

ନିରୁଦ୍ଦିଷ୍ଟ ବାଳିକା ବିଷୟରେ ଆମେ ଗଭୀର ଉଦ୍‌ବେଗ ପ୍ରକାଶ କରୁଛୁ। ଆମେରିକାସ୍ଥିତ ଭାରତୀୟ ଦୂତାବାସ ଏ ସଂକ୍ରାନ୍ତରେ ବରାବର ତଥ୍ୟ ସଂଗ୍ରହ କରି ମୋତେ ଅବଗତ କରାଉଛନ୍ତି ବୋଲି ଶ୍ରୀମତୀ ସ୍ୱରାଜ ଟୁଇଟ୍‌ କରିଛନ୍ତି।

ବାଳିକାଟିକୁ ବିହାର ଅନ୍ତର୍ଗତ ନାଳନ୍ଦାର ଏକ ଏନ୍‌ଜିଓରୁ ଗତ ବର୍ଷ ଏକ ଦମ୍ପତି ପୋଷ୍ୟ କନ୍ୟା କରିଥିଲେ।

ସମ୍ବନ୍ଧିତ ଖବର