ଦେଶରେ ଆତଙ୍କ ସୃଷ୍ଟି କଲା ସ୍ୱାଇନ୍‌ ଫ୍ଲୁ; ରାଜସ୍ଥାନରେ ୪୦ ଜୀବନ ନେଲା ପରେ ଏବେ କାୟା ବିସ୍ତାର କରୁଛି ଗୁଜୁରାଟ, ଦିଲ୍ଲୀ ଓ ହରିୟାଣାରେ

ଜୟପୁର/ ନୂଆଦିଲ୍ଲୀ: ଏବେ ଦେଶରେ ସ୍ୱାଇନ୍‌ ଫ୍ଲୁ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି। ସ୍ୱାଇନ୍‌ ଫ୍ଲୁରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି ରାଜସ୍ଥାନ। ରାଜସ୍ଥାନରେ ଆଜି ସୁଦ୍ଧା ସର୍ବମୋଟ ୧୦୩୬ ଜଣ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରାଣ ହରାଇଛନ୍ତି ୪୦ ଜଣ।


ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ହସ୍ତଗତ ହୋଇଥିବା ତଥ୍ୟରୁ ଜାଣିବାକୁ ମିଳିଛି ସେ ୨୦୧୯ ଜାନୁଆରି ୧ ତାରିଖରୁ ଆଜି ସୁଦ୍ଧା ୪,୦୯୧ଟି ରକ୍ତ ନମୁନାର ପରୀକ୍ଷା କରା ଯାଇଥିଲା। ଏଥି ମଧ୍ୟରୁ ୧୦୩୬ଟି ରକ୍ତ ନମୁନାରେ ସ୍ୱାଇନ୍‌ ଫ୍ଲୁ ପଜିଟିଭ୍‌ ଥିବା ଜଣାପଡ଼ିଥିଲା।

ଇତିମଧ୍ୟରେ ଗୁଜୁରାଟ, ଦିଲ୍ଲୀ ଓ ହରିୟାଣାରେ ମଧ୍ୟ ସ୍ୱାଇନ୍‌ ଫ୍ଲୁ ବ୍ୟାପୁଥିବା ଦେଖିବାକୁ ମିଳିଛି। ସ୍ୱାଇନ୍‌ ଫ୍ଲୁ ଭୂତାଣୁ ଏଚ୍‌୧ଏନ୍‌୧ରେ ଗୁଜୁରାଟରେ ୨୧୦ ଜଣ, ୧୬୮ ଜଣ ଏବଂ ହରିୟାଣାରେ ୧୨୮ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଏଥିସହ ହରିୟାଣାରେ ୨ ଜଣ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତଙ୍କ ମୁତ୍ୟୁ ଘଟିଥିବା ମଧ୍ୟ ସରକାରୀ ଭାବେ କୁହାଯାଇଛି।

ସମ୍ବନ୍ଧିତ ଖବର