ଦିଲ୍ଲୀ-ଏନ୍‌ସିଆର୍‌ରେ ଝଡ଼ ତୋଫାନ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏବଂ ଆଖାପାଖ ଅଂଚଳରେ ଆଜି ପାଣିପାଗରେ ଅଚାନକ ପରିବର୍ତ୍ତନ ଘଟିଛି। ଦିଲ୍ଲୀ ଏନ୍‌୍‌ସିଆର୍‌ରେ ଆଜି ସନ୍ଧ୍ୟରେ ଝଡ଼ ତୋଫାନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଥିଲା। ଧୂଳି ଝଡ଼ ଓ ବର୍ଷା ସାଂଗକୁ ସନ୍ଧ୍ୟା ୬ଟାରେ ଅନ୍ଧକାର ଛାଇ ଯାଇଥିଲା। ଫଳରେ ଲୋକଙ୍କ ଯାତାୟତରେ ସମସ୍ୟା ଉପୁଜିଥିଲା। ତୀବ୍ର ଧୂଳିଝଡ଼ ଯୋଗୁଁ ବାଇକ୍‌ ଚାଳକଙ୍କ ପାଇଁ ସମସ୍ୟା ହୋଇଥିଲା। ବର୍ଷା ଯୋଗୁଁ ଅଚାନକ ତାପମାତ୍ରା ୭ରୁ ୮ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ କମି ଯାଇଛି। ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ ଆଗାମୀ ସପ୍ତାହକ ମଧ୍ୟରେ ପଂଜାବ, ହରିୟଣା, ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନର ବିଭିନ୍ନ ଅଂଚଳର ପାଣିପାଗରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିବ। ଧୂଳି ଝଡ଼ ସାଂଗକୁ କୂଆ ପଥର ବର୍ଷା ସମ୍ଭାବନା ମଧ୍ୟ ରହିଥିବା ପ୍ରକାଶ।

ସମ୍ବନ୍ଧିତ ଖବର