ସିଦ୍ଦରାମେୟା ଚାମୁଣ୍ଡେଶ୍ୱରୀରୁ ହାରିଲେ:ବାଦାମିରୁ ଜିତିଲେ

ବେଙ୍ଗାଲୁରୁ: ଦୁଇଟି ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ଆଜି ଗୋଟିଏ ଆସନରେ ଜିତିଥିବାବେଳେ ଅନ୍ୟ ଏକ ଆସନରେ ହାରି ଯାଇଛନ୍ତି। ସିଦ୍ଦରାମୟା ଚାମୁଣ୍ଡେଶ୍ୱରୀ ଏବଂ ବାଦାମୀ ଆସନରୁ ଲଢ଼ିଥିବା ବେଳେ ଚାମୁଣ୍ଡେଶ୍ୱରୀରେ ଜେଡିଏସ୍‌ ପ୍ରାର୍ଥୀ ଜିଟି ଦେବଗୌଡ଼ା ସିଦ୍ଦରାମେୟାଙ୍କୁ ପରାସ୍ତ କରିଛନ୍ତି। ଜିଟି ଦେବଗୌଡ଼ା ୬୧,୩୫୧ ଭୋଟ୍‌ ପାଇଥିବା ବେଳେ ସିଦ୍ଦରାମୟାଙ୍କୁ ମିଳିଛି ୩୭,୨୭୯ଟି ଭୋଟ୍‌। ଅନ୍ୟପକ୍ଷରେ ବାଦାମୀ ନିର୍ବାଚନ ମଣ୍ଡଳୀରେ ସେ ତାଙ୍କ ବିଜେପି ପ୍ରତିଦ୍ୱନ୍ଦ୍ୱୀ ବି ଶ୍ରୀରାମୁଲୁଙ୍କୁ ୪,୦୦୦ରୁ ଊର୍ଦ୍ଧ୍ୱ ଭୋଟ୍‌ରେ ପରାସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର