କରୋନା ସତର୍କତା : ନୋଏଡାରେ ତିନି ପୁଲିସକର୍ମଚାରୀ ଆଇସୋଲେସନ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ: ନୋଏଡାରେ ତିନିଜଣ ପୁଲିସକର୍ମଚାରୀଙ୍କ ଶରୀରରେ କରୋନାଭାଇରସ୍‌ ସଂକ୍ରମଣ ଲକ୍ଷଣ ଦେଖା ଦେଇଛି। ତିନିଜଣ ପୁଲିସକର୍ମଚାରୀଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟର ଓ ଦୁଇଜଣ କନେଷ୍ଟବଳ ରହିଛନ୍ତି। ଏହି ସମସ୍ତ ପୁଲିସ କର୍ମଚାରୀଙ୍କୁ ଆଇସୋଲେସନ୍‌ରେ ଭର୍ତ୍ତି କରାଯାଇଛି।

କରୋନାଭାଇରସ୍‌ ଦେଶର ୭୫ଟି ଜିଲ୍ଲା ଓ ଉତ୍ତରପ୍ରଦେଶର ୭ ଜିଲ୍ଲାକୁ ବ୍ୟାପି ସାରିଲାଣି। କରୋନା ସଂକ୍ରମିତ ହୋଇଥିବା ଜିଲ୍ଲାଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଲକ୍‌-ଡାଉନ୍‌ ଘୋଷଣା ଜାରି କରି ଦିଆଯାଇଛି। ଲକ୍‌-ଡାଉନ୍‌ ଘୋଷଣା ହୋଇଥିବା ସମସ୍ତ ଜିଲ୍ଲାରେ ଜରୁରୀ ସେବା ଜାରି ରହିବ। ଲକ୍‌-ଡାଉନ୍‌ ସମୟରେ ଏସବୁ ଜିଲ୍ଲାର ବାସିନ୍ଦା ବାହାରକୁ ଯାଇ ପାରିବେ ନାହିଁ, କି ବାହାର ଲୋକ ଏହିସବୁ ଜିଲ୍ଲା ଭିତରେ ପ୍ରବେଶ କରି ପାରିବେ ନାହିଁ।

नोएडा के तीन पुलिसकर्मियों में CoronaVirus के लक्षण, सभी आइसोलेशन में भेजे गए
https://zeenews.india.com/

ଉତ୍ତରପ୍ରଦେଶରେ ଏଯାବତ କରୋନାଭାଇରସ୍‌ରେ ୨୮ଜଣ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ଜଣ ରୋଗୀ ସୁସ୍ଥ ହୋଇଥିବା ଜଣାପଡ଼ିଛି। ରାଜଧାନୀ ଲକ୍ଷ୍ମୌରେ ୯ଟି, ଆଗ୍ରାରେ ୮ଟି, ନୋଏଡାରେ ୬ଟି, ଗାଜିଆବାଦରେ ୨ଟି , ବାରାଣାସୀ, ମୁରାଦାବାଦ ଓ ଲକ୍ଷ୍ମୀପୁର ଖୀରରେ କୋରାନା ସଂକ୍ରମିତ ଗୋଟିଏ-ଗୋଟିଏ ଘଟଣା ସାମ୍ନାକୁ ଆସିଛି।

ମୋଦୀଙ୍କ ଆଦେଶ ପରେ ଲକ୍ଷ୍ମୌ, ଆଗ୍ରା, ନୋଏଡା, ଗାଜିଆବାଦ, ବାରାଣାସୀ, ମୁରାଦାବାଦ, ଲକ୍ଷ୍ମୀପୁର ଖୀରକୁ ଲକ୍‌-ଡାଉନ୍‌ ଘୋଷଣା କରି ଦିଆଯାଇଛି। ଆବଶ୍ୟକ ନ ପଡ଼ିଲେ ଲୋକମାନଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି।

ସମ୍ବନ୍ଧିତ ଖବର