ସିରିଆ ଏବଂ ଇରାକ୍‌ର ସୂଚନାଦାତାଙ୍କ ସହାୟତାରେ ଆମେରିକା କାଶିମ ସୁଲେମାନିଙ୍କୁ ହତ୍ୟା କରିଛି: ରିପୋର୍ଟ

ନୂଆଦିଲ୍ଲୀ: ସିରିଆ ଏବଂ ଇରାକ୍‌ର କେତେକ ସୂଚନାଦାତାଙ୍କ ସହାୟତାରେ ଯୁକ୍ତରାଷ୍ଟ୍ର ଆମେରିକା ଇରାନ୍‌ର ‘କୁଦ୍‌ସ୍‌ ଫୋର୍ସ’ର କମାଣ୍ଡର୍‌ କାଶିମ୍‌ ସୁଲେମାନିଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ବୋଲି ଏକ ସଦ୍ୟତମ ରିପୋର୍ଟରୁ ଆଭାସ ମିଳୁଛି।

ସନ୍ଦିଗ୍ଧ ସୂଚନାଦାତାମାନେ ହେଉଛନ୍ତି ବାଗ୍‌ଦାଦ୍‌ ଏୟାର୍‌ପୋର୍ଟର ଦୁଇଜଣ ନିରାପତ୍ତା କର୍ମଚାରୀ ଏବଂ ସିରିଆର ଘରୋଇ ଏୟାର୍‌ଲାଇନ୍‌ ‘ଚାମ୍‌ ଉଇଙ୍ଗ୍‌’ର ଦୁଇ ଜଣ କର୍ମଚାରୀ। ଡାମାସ୍‌କସ୍‌ରୁ ବାଗ୍‌ଦାଦ୍‌କୁ ସୁଲେମାନିଙ୍କ ଗୁପ୍ତ ବିମାନଯାତ୍ରା ସଂକ୍ରାନ୍ତରେ ଯୁକ୍ତରାଷ୍ଟ୍ର ଆମେରିକା ସେନାକୁ ସେମାନେ ସୂଚନା ଦେଇଥିବା ସନ୍ଦେହ କରାଯାଉଛି।

ଇରାକ୍‌ର ଜାତୀୟ ନିରାପତ୍ତା ଏଜେନ୍‌ସିର ଜଣେ ସଦସ୍ୟ କହିଛନ୍ତି ଯେ ଗୋପନୀୟ ନିରାପତ୍ତା ବିବରଣୀ ପ୍ରଘଟ କରାଇବାରେ ବାଗ୍‌ଦାଦ୍‌ ବିମାନ ବନ୍ଦର ମଧ୍ୟରେ ଗୁପ୍ତଚରମାନଙ୍କର ନେଟ୍‌ଓ୍ଵାର୍କ ସମ୍ପୃକ୍ତ ବୋଲି ଆଭାସ ମିଳୁଛି।

Image Source: The Times of Israel

ଇରାକ୍‌ର ସୂଚନାଦାତାଙ୍କ ସମ୍ବନ୍ଧରେ ଇରାକୀ ଜାତୀୟ ନିରାପତ୍ତା ପରାମର୍ଶଦାତା ଫଲିହ୍‌ ଅଲ୍‌-ଫୟାଦ୍‌ଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି। ସିରିଆ ଜେନେରାଲ୍‌ ଇଣ୍ଟେଲିଜେନ୍‌ସ୍‌ ଡାଇରେକ୍ଟୋରେଟ୍‌ ମଧ୍ୟ ‘ଚାମ୍‌ ଉଇଙ୍ଗ୍‌’ର ସ୍ଥାନୀୟ କର୍ମଚାରୀଙ୍କ ଉପରେ ତଦନ୍ତ ଆରମ୍ଭ କରିଛି।

ଜାନୁଆରି ୩ ତାରିଖ ଦିନ ଡ୍ରୋନ୍‌ର କ୍ଷେପଣାସ୍ତ୍ର ନିକ୍ଷେପ କରି ଆମେରିକୀୟ ସେନା ସୁଲେମାନିଙ୍କୁ ହତ୍ୟା କରିବା ପରେ ତେହେରାନ୍‌ ଓ ଓ୍ଵାସିଂଟନ୍‌ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି।

ସମ୍ବନ୍ଧିତ ଖବର