ତାଜମହଲ ଭାରତୀୟ ସଂସ୍କୃତି ନୁହେଁ: ବିଜେପି ବିଧାୟକ ସୋମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ ବିଜେପି ବିଧାୟକ କହିଛନ୍ତି ଯେ ହିନ୍ଦୁଙ୍କ ମୂଳୋତ୍ପାଟନ ପାଇଁ ଉଦ୍ୟମ କରିଥିବା ମୋଗଲ ସମ୍ରାଟ ଶାହା ଜହାନ୍‌ ପରି ଲୋକମାନଙ୍କୁ ଯଦି ଇତିହାରସ ଅଂଶ ଏବଂ ସଂସ୍କୃତି ଭାବେ ଦେଖାଯାଏ, ଆମେ ସେ ଇତିହାସକୁ ବଦଳାଇ ଦେବୁ।

ଏବେ ମଧ୍ୟ ଯଦି ସେଭଳି ଲୋକଙ୍କୁ ଗୌରବମୟ ଭାରତ ଇତିହାସର ଅଂଶ ବୋଲି ବିବେଚନା କରାଯାଏ ମୁଁ ଆପଣମାନଙ୍କୁ ପୂର୍ଣ୍ଣ ବିଶ୍ୱାସର ସହ କହୁଛି ଯେ ଆମେ ସେ ଇତିହାସ ବଦଳାଇ ଦେବୁ ବୋଲି ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତାଜ ମହଲ ନିର୍ମାଣ କରାଇଥିବା ମୋଗଲ ସମ୍ରାଟଙ୍କ ସମ୍ବନ୍ଧରେ କହିଛନ୍ତି ଉତ୍ତରପ୍ରଦେଶର ବିଧାୟକ ସଙ୍ଗୀତ ସୋମ।

ନିକଟରେ ଉତ୍ତର ପ୍ରଦେଶର ଐତିହାସିକ ସ୍ଥଳଗୁଡ଼ିକରୁ ତାଜ ମହଲକୁ ବାଦ ଦିଆଯାଇ ଥିବା ସଂକ୍ରାନ୍ତରେ ସୋମ ଆଶ୍ଚର୍ଯ୍ୟ ପ୍ରକଟ କରି କହନ୍ତି ଯେ ତାହାକୁ ତିଆରି କରାଇଥିବା ଲୋକମାନଙ୍କ ଭଳି ବ୍ୟକ୍ତିଙ୍କୁ କାହିଁକି ଭାରତୀୟ ସଂସ୍କୃତି ଏବଂ ଇତିହାସର ଅଂଶ ଭାବେ ବିବେଚନା କରାଯିବ।

ଐତିହାସିକ ସ୍ଥଳ ତାଲିକାରୁ ତାଜ ମହଲକୁ ହଟାଇ ଦେବା କାରଣରୁ ଅନେକ ଲୋକ ଦୁଃଖୀ ହୋଇଥିଲେ। କି ପ୍ରକାର ଇତିହାସ? କେଉଁ ସ୍ଥାନ ଇତିହାସ? କାହାର ଇତିହାସ? ଇତିହାସ ଏହାକୁ ନିର୍ମାଣ କରିଥିବା ବ୍ୟକ୍ତିଙ୍କୁ ତାଙ୍କ ପୁଅ କାରାଦଣ୍ଡ ଦେଇଥିଲେ? ଇତିହାସ ଯିଏ ସମଗ୍ର ଉତ୍ତରପ୍ରଦେଶ ଏବଂ ଭାରତରୁ ହିନ୍ଦୁଙ୍କୁ ନିର୍ମୂଳ କରିବାକୁ ଚାହୁଁଥିଲେ? ବୋଲି ସୋମ ପଚାରିଛନ୍ତି।

ଜୁନ୍‌ ମାସରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସୋମଙ୍କ ପରି ମତପୋଷଣ କରିଥିଲେ। ସେ କହିଥିଲେ ଯେ, ରାମାୟଣ ଏବଂ ଗୀତା ଭାରତୀୟ ସଂସ୍କୃତିର ପ୍ରତିନିଧିତ୍ୱ କରୁଛି, ତାଜ ମହଲ ନୁହେଁ।

ରାଜ୍ୟର ପର୍ଯ୍ୟଟନ ସ୍ଥଳର ପ୍ରଚାର ନିମନ୍ତେ ଏ ମାସର ଆଦ୍ୟରେ ଉତ୍ତର ପ୍ରଦେଶ ସରକାରଙ୍କର ଏକ ପୁସ୍ତିକାରେ ରାଜ୍ୟର ଐତିହାସିକ ସ୍ଥଳୀ ତାଲିକାରୁ ତାଜ ମହଲକୁ ବାଦ ଦିଆଯାଇଥିଲା। ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ତାଲିକାରେ ସ୍ଥାନ ପାଇଥିବା ତାଜ ମହଲ ଦେଖିବାକୁ ବର୍ଷକୁ ପ୍ରାୟ ୬୦ ଲକ୍ଷ ପର୍ଯ୍ୟଟକ ଆସନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶୀ।

ତାଜ ମହଲକୁ ବାଦ ଦେଇଥିବା କାରଣରୁ ସମାଲୋଚିତ ହେବା ପରେ ଉତ୍ତର ପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ରୀତା ବହୁଗୁଣା କହିଛନ୍ତି ଯେ ଏବେ ମଧ୍ୟ ତାଜ ମହଲ ସରକାରଙ୍କ ପ୍ରାଧାନ୍ୟରେ ରହିଛି।

ତାଜ ମହଲ ଆମ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରାଥମିକତା ବୋଲି ବହୁଗୁଣା କହିଛନ୍ତି।

ସମ୍ବନ୍ଧିତ ଖବର