ଏଥର ରାମଲୀଳାରୁୁ ତାଜ୍‌ ମହୋତ୍ସବ ଆରମ୍ଭ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସିଲଗ୍ରାମରେ ଆସନ୍ତା ୧୮ରୁ ୨୭ ତାରିଖ ଯାଏ ହେବାକୁ ଥିବା ତାଜ୍‌ ମହୋତ୍ସବ ଅନ୍ୟ ସବୁ ବର୍ଷ ଅପେକ୍ଷା ଭିନ୍ନ ହେବାକୁ ଯାଉଛି। ସବୁବେଳେ ଏହି ମହୋତ୍ସବରେ ମୋଗଲ ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବସିତ ବିିଭିନ୍ନ କାର୍ଯ୍ୟକ୍ରମ ପରିବେଷିତ ହେଉଥିଲା। ଏଥର କିନ୍ତୁ ହିନ୍ଦୁ ସଂସ୍କୃତି ଓ ପରମ୍ପରାର ଆଲୋକପାତ କରାଯିବ ବୋଲି ଜଣାଯାଇଛି। ଉତ୍ତରପ୍ରଦେଶ ରାଜ୍ୟପାଳ ରାମ ନାଏକ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍‌ଘାଟନ କରିବାକୁ ଥିବା ଏହି ୧୦ ଦିନବ୍ୟାପୀ ମହୋତ୍ସବ ରାମଲୀଳାରୁ ଆରମ୍ଭ ହେବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ଗୋଟିଏ ପଟେ ବିରୋଧୀ ଦଳ ଏହାକୁ ବିଜେପି ସରକାରର ସାମ୍ପ୍ରଦାୟିକତା କହୁଥିବା ବେଳେ ଲୋକଙ୍କୁ ଭାରତୀୟ ସଂସ୍କୃତିର ପ୍ରକୃତ ପରିଚୟ ଦେବାକୁ ପ୍ରଚେଷ୍ଟା ଚାଲିଥିବା ଶାସକ ଦଳ ବିଜେପିର କିଛି ମନ୍ତ୍ରୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର