ଆଫଗାନିସ୍ତାନରେ ସେନା ଆଉଟପୋଷ୍ଟ୍‍ ଉପରେ ତାଲିବାନ୍‌ ଆକ୍ରମଣ : ୧୦ ସୁରକ୍ଷାକର୍ମୀ ନିହତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଉତ୍ତର ତକହାର ପ୍ରଦେଶରେ ଏକ ସେନା ଆଉଟ୍‌ପୋଷ୍ଟ୍‍ ଉପରେ ତାଲିବାନ୍‌ ଆକ୍ରମଣ ହେବାଦ୍ୱାରା ୧୦ ଜଣ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି ଏବଂ ପାଖାପାଖି ୯ ଜଣ ଆହତ ହୋଇଛନ୍ତି। ଗତକାଲି ରାତିରେ ଖ୍ଵାଜା ଘର ଜିଲ୍ଲା ସ୍ଥିତ ଆଫଗାନୀ ସେନା ଆଉଟପୋଷ୍ଟ୍‍ ଉପରେ ହୋଇଥିବା ତାଲିବାନ୍‌ ଆକ୍ରମଣରେ ଆଫଗାନ୍‌ ସୈନିକଙ୍କୁ ସହଯୋଗ କରିବାକୁ ବହୁ ସଂଖ୍ୟାରେ ପୁଲିସ ନିୟୋଜିତ ହୋଇଥିଲେ। ଆକ୍ରମଣ ଦ୍ୱାରା ୧୦ ଜଣ ପୁଲିସ ନିହତ ହୋଇଥିବାବେଳେ କୌଣସି ଆଫଗାନ ସୈନିକ ନିହତ ହୋଇନାହାନ୍ତି ବୋଲି ପ୍ରାଦେଶିକ ପୁଲିସ ମୁଖପାତ୍ର ଖଲି ଆସେର କହିଛନ୍ତି।

ସମ୍ବନ୍ଧିତ ଖବର