୫୦ ଆଫ୍‌ଗାନ ସୈନିକଙ୍କୁ ଅପହରଣ କଲା ତାଲିବାନ୍‌

କାବୁଲ: ଆଫଗାନିସ୍ତାନ ଏବଂ ତୁର୍କମେନିସ୍ତାନ ସୀମାରେ ମୁତୟନ ଥିବା ୫୦ ଜଣ ଯବାନଙ୍କୁ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ ଅପହରଣ କରିନେବାରେ ସକ୍ଷମ ହୋଇଛନ୍ତି। ବାଦଗିସ୍‌ରେ ଆତଙ୍କବାଦୀଙ୍କ ସହ ଲଢ଼େଇ ସମୟରେ ପ୍ରାୟ ୪ ଶହ ଆତଙ୍କବାଦୀ ଏହି ସୈନିକଙ୍କୁ ଘେରିଯିବାରୁ ସେମାନେ ଆତଙ୍କବାଦୀଙ୍କ ନିକଟରେ ଆତ୍ମସମର୍ପଣ କରି ଦେଇଥିଲେ। ଆତଙ୍କବାଦୀମାନେ ଯୋଜନାବଦ୍ଧ ଭାବେ ସୀମାରେ ଭାରୀ ଯୁଦ୍ଧାସ୍ତ୍ର ସହ ଆକ୍ରମଣ କରିଥିବାରୁ ଏବେ ଆଫ୍‌ଗାନ ସେନା ବିମାନ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ବନ୍ଦୀ ଯବାନଙ୍କୁ ଖଲାସ କରିବା ପାଇଁ ତାଲିବାନକୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର