ଆତଙ୍କବାଦ ଛାଡିଲେ ପାକିସ୍ତାନ ସହ କଥାବାର୍ତ୍ତା ସମ୍ଭବ : ସୁଷମା ସ୍ୱରାଜ

ନୂଆଦିଲ୍ଲୀ : ପାକିସ୍ତାନ ଆତଙ୍କବାଦର ରାସ୍ତା ନଛାଡିବା ପର୍ଯ୍ୟନ୍ତ ଦ୍ୱିପାକ୍ଷିକ କଥାବାର୍ତ୍ତା ସମ୍ଭବ ନୁହେଁ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ । ମନ୍ତ୍ରାଳୟର ବାର୍ଷିକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ କଥାବାର୍ତ୍ତା ବନ୍ଦ କରିବାକୁ ଭାରତ କେବେ ମଧ୍ୟ କହିନାହିଁ । ଆମେ କେବଳ କହିଛୁ ଯେ ପ୍ରଥମେ ସୀମାପାର ଆତଙ୍କବାଦ ବନ୍ଦ ହେଉ, ତାପରେ କଥାବାର୍ତ୍ତା ଆରମ୍ଭ ହୋଇପାରିବ । କିନ୍ତୁ ସୀମାରେ ଲୋକ ମୃତ୍ୟୁବରଣ କରୁଥିବାବେଳେ କଥାବାର୍ତ୍ତା କରିବା ସମ୍ଭବ ନୁହେଁ । ଗତ ୪ ବର୍ଷରେ ଏନଡିଓ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ସଫଳତା ସଂପର୍କରେ ସେ କହିଥିଲେ ଯେ ଏହି ୪ ବର୍ଷେରେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରଭାବରେ ଉଲ୍ଲେଖନୀୟ ଉନ୍ନତି ଆସିଛି । ଡୋକଲାମ ସମସ୍ୟାର ସମାଧାନ, ଏଚ୪ ଭିସା ଓ ଏଚ-୧ବି ଭିସା ଆଦି ଗୋଟିଏ ଗୋଟିଏ ସଫଳତା ବୋଲି ସେ କହିଛନ୍ତି । ପ୍ରାୟ ୯୦ ହଜାର ଭାରତୀୟଙ୍କୁ ବିଦେଶରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଉଦ୍ଧାର କରାଯାଇଛି । ଡୋକଲାମ ପ୍ରସଙ୍ଗରେ ସେ କହିଛନ୍ତି ଯେ ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ସମ୍ବନ୍ଧିତ ଖବର