ପାକିସ୍ତାନରେ ଟମାଟୋ କିଲୋ ପିଛା ଛୁଇଁଲା ୪୦୦, ଭାଙ୍ଗିଲା ସବୁ ରେକର୍ଡ

କରାଚୀ: ପାକିସ୍ତାନରେ ମହଙ୍ଗା ରେକର୍ଡ ଲଗାତାର ଭାଙ୍ଗିବାରେ ଲାଗିଛି | ପାକିସ୍ତାନରେ ଏକ କିଲୋ ଟମାଟୋର ମୂଲ୍ୟ ୪୦୦ ଟଙ୍କାରେ ପହଁଚିଯାଇଛି | ପାକିସ୍ତାନରେ ବଢୁଥିବା ପରିବା ର ଦାମ ଲୋକଙ୍କୁ କନ୍ଦାଇବାରେ ଲାଗିଛି | ସ୍ଥିତି ସମ୍ଭାଳିବାକୁ ପାକିସ୍ତାନ ସରକାର ଇରାନରୁ ଟମାଟୋ ଆମଦାନୀ କରିବାକୁ ଅର୍ଡର ଦେଇଛନ୍ତି | କିନ୍ତୁ ଏ ପର୍ଯ୍ୟନ୍ତ ଇରାନରୁ ଟମାଟୋ ଆସିନଥିବାରୁ ପାକିସ୍ତାନର ପରିବା ମଣ୍ଡି ମାନଙ୍କରେ ଟମାଟୋ ଏବେ ସର୍ବାଧିକ ଦର ଛୁଇଁଛି |

image source–opindia

ବିଶେଷ କରି ଚାହିଦା ତୁଳନାରେ ଆମଦାନୀ କମ ପରିମାଣର ଉପଲବ୍ଧ ହୋଇଥିବାରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି | ସୋମବାର ଦିନ ଟମାଟୋ କିଲୋପିଛା ମୂଲ୍ୟ ୩୦୦ ଟଙ୍କା ଥିବା ବେଳେ ବୁଧବାର ଦିନ ଟମାଟୋ କିଲୋ ପିଛା ୪୦୦ ଟଙ୍କା ଛୁଇଁଛି |

ଇରାନରୁ ପାକିସ୍ତାନ ସରକାର ସାଢେ ଚାରି ହଜାର ଟନ ଟମାଟୋ ଆମଦାନୀ କରିବାକୁ ଅର୍ଡ଼ର ଦେଇଥିବାବେଳେ ମାତ୍ର ୯୮୯ ଟନ ଟମାଟୋ ହିଁ ଦେଶରେ ପହଂଚିପାରିଛି | ଯେଉଁଥିପାଇଁ ମୂଲ୍ୟ କମିବାର ନାମ ଧରୁନାହିଁ |

ସମ୍ବନ୍ଧିତ ଖବର