ତାମିଲନାଡ଼ୁ ବନ୍ଦ

ଚେନ୍ନାଇ : କାବେରୀ ଜଳ ବିବାଦକୁ ନେଇ ତାମିଲନାଡ଼ୁ ଠପ୍‌ ହୋଇଯାଇଛି। ଡିଏମ୍‌କେ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ କାବେରୀ ପରିଚାଳନା ବୋର୍ଡ (ସିଏମ୍‌ବି) ଗଠନ ଦାବି କରି ରାଜ୍ୟବ୍ୟାପୀ ବନ୍ଦ ପାଳନ କରିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଡିଏମ୍‌କେ କାର୍ଯ୍ୟକାରୀ ସଭାପତି ଏମ୍‌କେ ଷ୍ଟାଲିନ୍‌ଙ୍କୁ ଆଜି ଆନ୍ଦୋଳନ ସମୟରେ ପୁଲିସ ଗିରଫ କରିଛି। ହଜାର ହଜାର ବିକ୍ଷୋଭକାରୀଙ୍କୁ ପୁଲିସ ରାତି ପର୍ଯ୍ୟନ୍ତ ଅଟକ ରଖିଥିଲା। ଏହି ଆନ୍ଦୋଳନରେ କୃଷକ, ବ୍ୟବସାୟୀ, ବିଦ୍ୟାର୍ଥୀ ଏବଂ ବିଭିନ୍ନ ଫିଲ୍ମ ଅନୁଷ୍ଠାନଗୁଡ଼ିକ ସାମିଲ ହୋଇଛନ୍ତି। କନ୍ନଡ଼ ସମର୍ଥକ ଗୋଷ୍ଠୀଗୁଡ଼ିକ ଏପ୍ରିଲ ୧୨ ତାରିଖରେ କର୍ଣ୍ଣାଟକ ବନ୍ଦ ଡାକରା ଦେଇଛନ୍ତି। ମୁଖ୍ୟ ବିରୋଧୀ ଦଳ ଡିଏମ୍‌କେ ସହ କଂଗ୍ରେସ, କମ୍ୟୁନିଷ୍ଟ୍‍ ପାର୍ଟି ସମେତ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ଆଜିର ବନ୍ଦ ପାଳନରେ ସାମିଲ ହୋଇଥିଲେ। ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି ଯେ ସିଏମ୍‌ବି ଗଠନ ନେଇ ଏଆଇଏଡିଏମ୍‌କେ କେନ୍ଦ୍ର ସରକାର ଉପରେ ସଠିକ୍‌ ଚାପ ପକାଇନାହିଁ।

ସମ୍ବନ୍ଧିତ ଖବର