ନୂଆଦିଲ୍ଲୀ: ତାମିିଲନାଡ଼ୁର ବହୁ ଚର୍ଚ୍ଚିତ ଶଙ୍କର ଅନର କିଲିଂ ମାମଲାରେ ଆଜି ୬ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ଗତବର୍ଷ ମାର୍ଚ୍ଚ ମାସରେ ଶଙ୍କର ନାମକ ଜଣେ ଦଳିତଙ୍କୁ ଅତି ନିର୍ମମ ଭାବେ ସର୍ବ ସମ୍ମୁଖରେ ଦିବାଲୋକରେ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ହତ୍ୟା ମାମଲାରେ ଆଜି ତିରୁପୁର କୋର୍ଟ ଶଙ୍କରଙ୍କ ଶ୍ୱଶୁର ସମେତ ୬ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ଅନ୍ୟଜଣେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଏବଂ ଜଣଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶୋଇଛି। ସେହିପର ଶଙ୍କରଙ୍କ ଶାଶୂଙ୍କ ସମେତ ୩ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୧୬ ମାର୍ଚ୍ଚ ୧୩ରେ ତିରୁପୁର ଜିଲ୍ଲାର ଉଦୁମାଲପେଟ୍ ନିକଟରେ ଶଙ୍କର ଏବଂ ତାଙ୍କ ପତ୍ନୀ କୌଶଲ୍ୟାଙ୍କୁ ୩ ଜଣ ଦୁର୍ବୃତ୍ତ ଅତି ନିର୍ମମ ଭାବେ ଆକ୍ରମଣ କରିବା ସହ ଏହାର ଭିଡିଓ ଚିତ୍ର ମଧ୍ୟ ଉଠାଇ ତାହାକୁ ଭାଇରାଲ କରାଇଥିଲେ। ଆକ୍ରମଣରେ ଶଙ୍କରଙ୍କର ମୃତ୍ୟୁ ହୋଇଥିବାବେଳେ କୌଶଲ୍ୟା ଗୁରୁତର ଭାବେ ଆହତ ହୋଇଥିଲେ। ପରେ କୌଶଲ୍ୟାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବାପା ହିଁ ଉଭୟ ଝିଅଜ୍ୱାଇଁଙ୍କୁ ମାରିବା ଲାଗି କିଛି ହତ୍ୟାକାରୀଙ୍କୁ ନିୟୋଜିତ କରିଥିଲେ। ଉଭୟ କୌଶଲ୍ୟା ଏବଂ ଶଙ୍କର ଇଞ୍ଜିନିୟରିଂ ପଢ଼ୁଥିବାବେଳେ ପରସ୍ପର ପ୍ରେମବିବାହ କରିଥିଲେ। କିନ୍ତୁ ଝିଅର ବିବାହକୁ ତାଙ୍କ ବାପା ବିରୋଧ କରିଥିଲେ। ପରିବାରର ଇଚ୍ଛା ବିରୋଧରେ ଯାଇ କୌଶଲ୍ୟା ଜଣେ ଦଳିତଙ୍କୁ ବିବାହ କରିଥିବାରୁ ତାଙ୍କ ବାପା ଏପରି କରିଥିବା ଜଣାପଡ଼ିଥିଲା।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର