ଜାପାନକୁ ମାଡ଼ିଆସୁଛି ‘ଟ୍ରାମି’

ଟୋକିଓ: ଜାପାନ ଅଭିମୁଖେ ଭୟଙ୍କର ସାମୁଦ୍ରିକ ଝଡ଼ ‘ଟ୍ରାମି’ ମାଡ଼ିଆସୁଛି। ଏହାର ପ୍ରଭାବରେ ଜାପାନର ଓକିନାୱା ଦ୍ବୀପାଞ୍ଚଳରେ ପ୍ରବଳ ବର୍ଷା ଏବଂ ପବନ ବହିବା ଆରମ୍ଭ କରିଛି। ଫଳରେ ୧୭ ଜଣ ଆହତ ହୋଇଛନ୍ତି। ପାଣିପାଗ ବିଭାଗ ସୂତ୍ର ଦର୍ଶାଇଛି ଯେ ଟ୍ରାମିର ପ୍ରଭାବ ଶନିବାର ସକାଳୁ ଅନୁଭୂତ ହୋଇଛି। କିନ୍ତୁ ରବିବାର ସକାଳେ ଏହା ସାମାନ୍ୟ ଉଗ୍ର ରୂପ ଧାରଣ କରିବ। ଫଳରେ ଏହାର ପ୍ରଭାବରୁ ଘଣ୍ଟା ପିଛା ୨୧୬ କିଲୋମିଟର ବେଗରେ ପବନ ବହିବ। ‌େସାମବାର ଅଧିକ ପ୍ରଭାବ ଅନୁଭୂତ ହେବ ବୋଲି ବିଭାଗ ଆଶଙ୍କା କରିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଶନିବାର ଟ୍ରାମିର ପ୍ରଭାବକୁ ଆଖିରେ ରଖି ଓକିନାୱାରେ ପାଖାପାଖି ହଜାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର