ଜାନୁୟାରୀ ୨୬ରେ ଦ୍ଵିତୀୟ ଥର ପାଇଁ ମିଳିତ ପ୍ୟାରେଡ଼ର ନେତୃତ୍ୱ ନେବେ କ୍ୟାପଟେନ ତାନିଆ ସେରଗିଲ

ନୂଆଦିଲ୍ଲୀ: ଏଥର ସାଧାରଣତନ୍ତ୍ର ଦିବସରେ ରାଜପଥରେ ଦେଖିବାକୁ ମିଳିବ ମହିଳା ଶକ୍ତିର ଝଲକ | କାରଣ ଦ୍ଵିତୀୟ ଥର ପାଇଁ ଜଣେ ମହିଳା ସେନା ଅଧିକାରୀ ମିଳିତ ପ୍ୟାରେଡ଼ର ନେତୃତ୍ୱ ନେବାର ଦେଖିବାକୁ ମିଳିବ | କ୍ୟାପଟେନ ତାନିଆ ସେରଗିଲ ପ୍ରଥମ ଥର ପୁରୁଷ ଦଳର ନେତୃତ୍ୱ ନେବେ | ଗତବର୍ଷ ମଧ୍ୟ କ୍ୟାପଟେନ ଭାବନା କସ୍ତୁରୀ ଏହି ଗୌରବ ହାସଲ କରିଥିଲେ | କ୍ୟାପଟେନ ତାନିଆ ମାର୍ଚ୍ଚ ୨୦୧୭ ମସିହାରେ ଚେନ୍ନାଇ ସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀରୁ ଉତ୍ତୀର୍ଣ୍ଣ ହୋଇଥିଲେ | ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନରେ ବି.ଟେକ ଡିଗ୍ରୀ ହାସଲ କରିଥିବା ତାନିଆଙ୍କ ବାପା, ଜେଜେବାପା ସେନାରେ ଥିବାବେଳେ ତାନିଆ ମଧ୍ୟ ପାଠ ପଢା ସରିବା ପରେ ସେନାରେ ଯୋଗ ଦେଇଥିଲେ | ପରେଡ ସହାୟକ ଭାବେ ତାନିଆଙ୍କୁ ଏଥର ଦାୟିତ୍ୱ ମିଳିଥିବାବେଳେ ତାଙ୍କ ଉପରେ ପ୍ୟାରେଡ଼ର ସବୁ ଦାୟିତ୍ୱ ରହିବ |

ଦିଲ୍ଲୀରେ ଏବେ ପ୍ୟାରେଡ଼ ପାଇଁ ରିହରସଲ ଆରମ୍ଭ ହୋଇଯାଇଛି | ପ୍ୟାରେଡ଼ ମାଧ୍ୟମରେ ଭାରତ ଦୁନିଆକୁ ନିଜର ପରାକ୍ରମ ଦେଖାଇଥାଏ | ପ୍ୟାରେଡ଼ରେ ଭାରତର ଶକ୍ତିଶାଳୀ ସେନା ସହ ଵିଧ୍ଵଂସକାରୀ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ପ୍ରଦର୍ଶିତ କରାଯାଇଥାଏ | ଏଠାରେ ସୂଚନା ଥାଉ କି ଏଥର ପ୍ୟାରେଡ଼ରେ ବାୟୁସେନା ପକ୍ଷରୁ ୧୪୮ ଜଣ ସଦସ୍ୟ ଅଂଶଗ୍ରହଣ କରିବେ |

ବାୟୁସେନାର ଏହି ଦଳରେ ଦୁଇ ଜଣ ୨ ଜଣ ମହିଳା ଫ୍ଲାଇଙ୍ଗ ଲେଫ୍ଟନେଣ୍ଟଙ୍କୁ ମଧ୍ୟ ବଛାଯାଇଛି | ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ମୁତାବକ ୧୪୮ ଜଣଙ୍କର ଏହି ସଦସ୍ୟ ମଧ୍ୟରୁ ଗଗନଦୀପ ଗିଲ ଓ ସୀମା ରାୟଙ୍କୁ ଚୟନ କରାଯାଇଛି | ଦେଶର ନଜର ମହିଳା ଶକ୍ତିଙ୍କ ପ୍ରଦର୍ଶନ ଉପରେ ରହିଛି | ବାୟୁସେନା ପକ୍ଷରୁ ଏଥର ୪୧ଟି ବିମାନ ଅଂଶଗ୍ରହଣ କରିବେ | ଏଥିରେ ଆପାଚେ ଓ ଚିନୁକ ହେଲିକପ୍ଟର ମଧ୍ୟ ସାମିଲ ହେବେ | ଏହା ଛଡା ରାଫେଲ ଓ ଅନ୍ୟ ଯୁଦ୍ଧ ବିମାନର ନମୁନାକୁ ପ୍ରଦର୍ଶିତ କରାଯିବ |

ସମ୍ବନ୍ଧିତ ଖବର