ନାନା ପାଟେକର ଓ ଅନ୍ୟମାନଙ୍କର ନାର୍କୋ ଟେଷ୍ଟ୍‍ ଓ ବ୍ରେନ୍‌ ମ୍ୟାପିଂ ଲାଗି ଦାବି ଜଣାଇ ଆବେଦନ କଲେ ତନୁଶ୍ରୀ

ମୁମ୍ବାଇ: # ମି ଠୁ ଅଭିଯାନକୁ ନେଇ ବିବାଦ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଭିନେତା ନାନା ପାଟେକରଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ମହାରାଷ୍ଟ୍ର ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଅନ୍ୟ ପକ୍ଷରେ ନାନା ତାଙ୍କ ନାମରେ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି।

ଶନିବାର ତନୁଶ୍ରୀ ନାନା ପଟେକରଙ୍କର ନାର୍କୋ ଆନାଲିସିସ୍‌, ବ୍ରେନ୍‌ ମ୍ୟାପିଂ ଓ ଲାଏ ଡିଟେକ୍ଟର ଟେଷ୍ଟ କରାଯାଉ ବୋଲି ଦାବି କରିଛନ୍ତି। ତନୁଶ୍ରୀଙ୍କ ଓକିଲ ମୁମ୍ବାଇର ଓ୍ଵାଶିଓ୍ଵାରା ପୁଲିସ ଷ୍ଟେସନରେ ସାନି ଆବେଦନ ଦାଖଲ କରି ନାନା ପଟେକର, ଗଣେଶ ଆଚାର୍ଯ୍ୟ,ସାମି ସିଦ୍ଦିକି ଏବଂ ରାକେଶ ସରଙ୍ଗଙ୍କର ନାର୍କୋ ଆନାଲିଗିସ୍‌,ବ୍ରେନ୍‌ ମ୍ୟାପିଂ ଓ ଲାଏ ଡିଟେକ୍ଟର ଟେଷ୍ଟ କରିବା ଲାଗି ଦାବି ଜଣାଇଛନ୍ତି।

ନାନା ଓ ଅନ୍ୟମାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଓ୍ଵାଶିଓ୍ଵାରା ପୁଲିସ୍‌ ଷ୍ଟେସନ୍‌ରେ ତନୁଶ୍ରୀ ଏଫ୍‌ଆଇଆର୍‌ କରିଛନ୍ତି। ସେ ଅଭିଯୋଗ କରିଛନ୍ତି କି ୨୦୦୮ରେ ନିର୍ମାଣଧୀନ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ର ସୁଟିଂ ସମୟରେ ନାନା ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ।

ସମ୍ବନ୍ଧିତ ଖବର