ରାଫେଲ ପ୍ରସଙ୍ଗରେ ମୋଦିଙ୍କୁ ପାଓ୍ଵାରଙ୍କ ସମର୍ଥନକୁ ବିରୋଧ କରି ଏନସିପି ଛାଡିଲେ ତାରିକ ଅନଓ୍ଵର

1 457

ନୂଆଦିଲ୍ଲୀ : ବରିଷ୍ଠ ଏନସିପି ନେତା ତଥା ଏହାର ପ୍ରତିଷ୍ଠାତା ସଦସ୍ୟ ତାରିକ ଅନଓ୍ଵାର ଦଳରୁ ଇସ୍ତଫା ଦେଇଛନ୍ତି । ରାଫେଲ ପ୍ରସଙ୍ଗରେ ଦଳର ମୁଖ୍ୟ ଶରଦ ପଓ୍ଵାରଙ୍କ ସହ ମତଭେଦ କାରଣରୁ ସେ ଦଳ ଛାଡିଥିବା କହିଛନ୍ତି । ଏହା ସହିତ ସେ ନିଜର ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ ବିହାରର କଟିହାରର ସାଂସଦ ଅଛନ୍ତି । ତେବେ ନିଜର ରାଜନୈତିକ ଭବିଷ୍ୟତ ସଂପର୍କରେ ସେ କୌଣସି ନିଷ୍ପତ୍ତି ନେଇନଥିବା କହିଛନ୍ତି । ଆଗାମୀ ଦିନରେ ନିଜ ସମର୍ଥକଙ୍କ ସହ ପରାମର୍ଶ ପରେ ସେ ପରବର୍ତ୍ତି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

Panda Mobile only

ଗତ କାଲି ଏକ ମରାଠୀ ଚ୍ୟାନେଲକୁ ସାକ୍ଷାତକାର ଦେଇ ଶରଦ ପାଓ୍ଵାର କହିଥିଲେ ଯେ ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟ ଉପରେ ସଂଦେହ କରାଯାଇପାରିବ ନାହିଁ । କିନ୍ତୁ ରାଫେଲ ବିମାନ କିଣାରେ ଅନିୟମିତତା ହୋଇଥିବାନେଇ ଜନସାଧାରଣ ସଂଦେହ କରୁଥିବାବେଳେ ପାଓ୍ଵାର ତାହାର ବିରୁଦ୍ଧାଚରଣ କରିଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. chickenbiryani says

    In India every politicians are earning money and Prime Minister Shri.Modiji is not a exception.
    Countries are running with Scams and Scandals.