ମୃତ୍ୟୁର ୩୦ ବର୍ଷ ପରେ ପଦ୍ମଭୂଷଣ ମହାଦେବୀ ବର୍ମାଙ୍କୁ ନୋଟିସ୍‌, ୪୫ ହଜାର ଜମା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବଡ଼ ବଡ଼ ଦେଶମାନଙ୍କରେ ଛୋଟ ଛୋଟ ଘଟଣା ଦେଖାଯାଇଥାଏ। ଆମ ଦେଶର ଲଗାମବିହୀନ ପ୍ରଶାସନ ବ୍ୟବସ୍ଥା ଏହା ପୁଣି ଥରେ ପ୍ରମାଣିତ କରିଛି। ହିନ୍ଦୀ ଲେଖିକା ତଥା ପଦ୍ମଭୂଷଣ ଓ ଜ୍ଞାନପୀଠ ପୁରସ୍କାରରେ ସମ୍ମାନୀତ ସ୍ୱର୍ଗତ ଲେଖିକାଙ୍କ ମୃତ୍ୟୁର ୩୦ ବର୍ଷ ପରେ ନୋଟିସ ଜାରି କରାଯାଇଛି। ନୋଟିସ୍‌ରେ ୪୫ ହଜାର ଟଙ୍କା ଜରିମାନା ଜମା କରାଯିବାକୁ କୁହାଯାଇଛି।

ହିନ୍ଦୀ ସାହିତ୍ୟର ଲେଖିକା ତଥା ସମାଜସେବୀ ମହାଦେବୀ ବର୍ମାଙ୍କୁ ମୃତ୍ୟୁର ୩୦ ବର୍ଷ ପରେ ଏହି ନୋଟିସ ହୋଇଛି। ଆହ୍ଲାବାଦ ପୌରପାଳିକା କର ସମ୍ବନ୍ଧୀୟ ନୋଟିସ ଜାରି କରିଛି। ନୋଟିସ୍‌ରେ କୁହାଯାଇଛି ଯେ, ମହାଦେବୀ ଶୀଘ୍ର ୪୪ ହଜାର ୮୧୬ଟଙ୍କା ଜମା କରିବା ସମେତ ଅଧିକାରୀଙ୍କ ସହିତ ଆଲୋଚନା କରନ୍ତୁ।

ଆହ୍ନାବାଦ ପୌରପାଳିକା ମହାଦେବୀଙ୍କୁ ପଠାଇଥିବା ନୋଟିସରେ କହିଛନ୍ତି, ଯଦି ସେ ଟଙ୍କା ଜମା କରିବା ଓ ଅଧିକାରୀଙ୍କୁ ସାକ୍ଷାତ କରିବାରେ ଅବହେଳା କରନ୍ତି, ତା’ହେଲେ ତାଙ୍କ ଘର ଭାଙ୍ଗି ଦିଆଯିବ। ମୁଖ୍ୟ କର ଅଧିକାରୀ ପିକେ ମିଶ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ନେବାଦାରେ ଏବେବି ମହାଦେବୀଙ୍କ ନାମରେ ଘର ଅଛି। ଗତ କିଛି ବର୍ଷ ହେବ ସେ କର ଜମା କରି ନାହାଁନ୍ତି। ଏହା କର ଜମା ନ କରିବା ନେଇ ମାମଲା ଉଠିଛି।

ପଦ୍ମ ବିଭୂଷଣ ଓ ଜ୍ଞାନପୀଠ ପୁରସ୍କାର ଦ୍ୱାରା ସମ୍ମାନୀତ ମହାଦେବୀ ବର୍ମା ହିନ୍ଦୀ ସାହିତ୍ୟର ମହାନ ଲେଖିକା ଭାବରେ ଜଣାଶୁଣା। ଆଧୁନିକ ହିନ୍ଦି ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ। ୧୯୮୭ରେ ତାଙ୍କର ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର