ମୋଦୀଙ୍କ ଆନ୍ଧ୍ର ଗସ୍ତକୁ ଟିଡିପିର ବିରୋଧ

ବିଜୟୱାଡ଼ା/ଗୁଣ୍ଟୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ର ପ୍ରଦେଶକୁ ଉଭୟ ସରକାରୀ ଓ ରାଜନୈତିକ ଗସ୍ତରେ ଯାଇଥିବା ବେଳେ ଏହାର ଜୋର୍‌ଦାର ବିରୋଧ କରିଛି ଶାସକ ତେଲୁଗୁ ଦେଶମ ପାର୍ଟି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟର କୌଣସି ମନ୍ତ୍ରୀ ବିଜୟୱାଡ଼ା ଏୟାରପୋର୍ଟକୁ ଯାଇନଥିଲେ । ଏ ବାବଦ ପ୍ରୋଟୋକୋଲକୁ ସରକାର ଅବମାନନା କରିଥିବା ବେଳେ ଜନସାଧାରଣଙ୍କୁ ମଧ୍ୟ ଏୟାରପୋର୍ଟ ଅଂଚଳକୁ ଯିବାକୁ ବାରଣ କରାଯାଇଥିବା ବିଜେପି ଅଭିଯୋଗ କରିଛି। ଏନ୍‌ଡିଏ ମେଣ୍ଟରୁ ଟିଡିପି ଓହରିଯିବା ପରେ ଆନ୍ଧ୍ର ପ୍ରଦେଶକୁ ଆଜି ମୋଦୀଙ୍କ ପ୍ରଥମ ଗସ୍ତ ଥିଲା। ବିଜୟୱାଡ଼ା ଏବଂ ଗୁଣ୍ଟୁରରେ ଟିଡିପି କର୍ମୀମାନେ କଳା ସାର୍ଟ ପରିଧାନ କରି ‘ମୋଦୀ ଗୋ ବ୍ୟାକ୍‌’ ଲେଖାଥିବା ପୋଷ୍ଟର ପ୍ରଦର୍ଶନ କରିଥିଲେ। ମୋଦୀ ଆନ୍ଧ୍ର ପ୍ରଦେଶ ସହ ବିଶ୍ବାସଘାତକତା କରିଥିବାରୁ ଏଭଳି ବିରୋଧ ପ୍ରଦର୍ଶନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ କହିଛନ୍ତି।

ସମ୍ବନ୍ଧିତ ଖବର