ପର୍ଯ୍ୟଟନ କ୍ଷେତ୍ର ହେବାକୁ ଯାଉଛି ମୋଦୀଙ୍କ ଚା’ ଦୋକାନ, ଆରମ୍ଭ ହେଲା କାମ

ଅହମଦାବାଦ୍‌ : ପିଲାଦିନେ ଗୁଜୁରାଟର ବହନଗରରେ ଯେଉଁ ଚା’ ଦୋକାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚା’ ବିକୁଥିଲେ ଏବେ ତା’ର ପୂରା ନକ୍ସା ବଦଳିବାକୁ ଯାଉଛି । ଚା’ ଦୋକାନଟିକୁ ପର୍ଯ୍ୟଟନସ୍ଥଳ କରିବା ପାଇଁ କାମ ଆରମ୍ଭ ହୋଇ ସାରିଥିବା ବେଳେ କାଚରେ ପୂରା ଘରକୁ ଛାଉଁଣୀ କରାଯିବ ବୋଲି ଜଣାପଡ଼ିଛି । ତେବେ ଚା’ ଦୋକାନର ମୂଳ ସ୍ୱରୁପକୁ ପୂର୍ବ ଭଳି ରଖିବା ପାଇଁ କାଚ ଛାଉଁଣୀ କରାଯାଉଥିବା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ ।

NBT
navbharattimes.indiatimes.com

ସୂଚନା ମୁତାବକ, ଏହି ଦୋକାନକୁ ପର୍ଯ୍ୟଟନ କ୍ଷେତ୍ର କରିବା ପାଇଁ ୨୦୧୭ରୁ ହିଁ ନିଷ୍ପତ୍ତି ନିଆଯାଇ ସାରିଥିଲା । ବଡ଼ନଗର ରେଳ ଷ୍ଟେସନରେ ଏହି ଦୋକାନ ଥିବା ଜଣାପଡ଼ିଛି । ଗୁଜୁରାଟର ମେହସାଣା ଜିଲ୍ଲାରେ ଥିବା ବଡନଗରକୁ ବିଶ୍ୱ ନକ୍ସାରେ ସାମିଲ କରିବା ପାଇଁ ଚା’ ଦୋକାନଟିକୁ ପର୍ଯ୍ୟଟନ କ୍ଷେତ୍ର କରାଯାଉଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର