ସହପାଠୀ ଠାରୁ ରାଖି ବନ୍ଧାଇବାକୁ ଶିକ୍ଷକ ବାଧ୍ୟ କରିବାରୁ ସ୍କୁଲ୍‌ କୋଠାରୁ ଡେଇଁଲା ୧୮ ବର୍ଷିୟ ଛାତ୍ର

ଅଗରତାଲା: ଜଣେ ଝିଅ ଠାରୁ ରାଖି ବନ୍ଧାଇବା ପାଇଁ ଶିକ୍ଷକମାନେ ବାଧ୍ୟ କରିବାରୁ ଆତ୍ମହତ୍ୟା କରିବାକୁ ସ୍କୁଲ୍‌ କୋଠାରୁ ତଳକୁ ଡେଇଁ ଜଣେ ୧୮ ବର୍ଷିୟ ଛାତ୍ର ସାଙ୍ଘାତିକ ଆହତ ହୋଇଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।

ପୁଲିସ ଅଧିକାରୀଜଣକ କହିଛନ୍ତି: ଏକ ଘରୋଇ ସ୍କୁଲ୍‌ର ପ୍ରିନ୍‌ସିପାଲ୍‌ ଏବଂ ଶିକ୍ଷକମାନେ ସୋମବାର ଦିନ ଦୀଲିପ କୁମାର ଶାହା ଏବଂ ତାଙ୍କ ବାଳିକା ବନ୍ଧୁ ଏବଂ ସେମାନଙ୍କ ପିତାମାତାଙ୍କୁ ଡକାଇଥିଲେ। ତା’ପରେ ଦୀଲିପ ହାତରେ ରାଖି ବାନ୍ଧିବାକୁ ଶିକ୍ଷକମାନେ ଝିଅଟିକୁ କହିଲାରୁ ଉଭୟ ଏଥିରେ ଅରାଜି ହୋଇଥିଲେ। ଏହା ପରେ ଦୀଲିପ ସ୍କୁଲ୍‌ କୋଠାର ଦ୍ୱିତୀୟ ମହଲାକୁ ଯାଇ ସେଠାରୁ ତଳକୁ ଡେଇଁ ପଡ଼ିଥିଲା।

ତୁରନ୍ତ ଦୀଲିପକୁ ଡାକ୍ତରଖାନାକୁ ନିଆ ଗଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କଥା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍କୁଲ୍‌ରେ ପ୍ରତିବାଦ ପ୍ରଦର୍ଶନ ପୂର୍ବକ ଦୋଷୀ ଶିକ୍ଷକଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

ସ୍କୁଲ୍‌ କର୍ତ୍ତୃପକ୍ଷମାନେ ଅଭିଯୋଗ ଦାଏର୍‌ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର