ଯଦି ମୋ ପୁଅ ନିର୍ବାଚନ ଜିତିବା ପରେ ଦେଇଥିବା ପ୍ରତିଶ୍ରୁତିକୁ ପୂରା ନ କରେ ତେବେ ତା’ର ପୋଷାକ ଫାଡ଼ି ଦେବ: ମୁଖ୍ୟମନ୍ତ୍ରୀ କମଲ ନାଥ

ଛିନ୍ଦଓ୍ଵାରା : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥ ଶନିବାର ଛିନ୍ଦଓ୍ଵାରାରେ ନିର୍ବାଚନୀ ପ୍ରଚାର କରି ନିଜ ପୁଅ ନକୁଲ ନାଥଙ୍କ ପୋଷାକ ଫାଡ଼ି ଦେବା କଥା କହିଥିଲେ । ନକୁଲ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ତାଙ୍କ ପାଇଁ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ କମଲ ନାଥ । ପ୍ରଚାର ସମୟରେ ଜନତାଙ୍କ ଭରସା ଜିତିବା ପାଇଁ କମଲ ନାଥ ନିଜ ପୁଅର ପୋଷାକ ଫଡ଼ିଦେବା କଥା କହିଥିଲେ । ୪୦ବର୍ଷ ପର୍ଯ୍ୟନ୍ତ ଛିନ୍ଦଓ୍ଵାରାର ଦାୟିତ୍ୱ ବୁଝି ଆସୁଥିବା କମଲ ନାଥ ଏବେ ସେ ଦାୟିତ୍ୱକୁ ନିଜ ପୁଅକୁ ଦେଇଛନ୍ତି । ତାଙ୍କ ଭଳି ତାଙ୍କ ପୁଅ ମଧ୍ୟ ମଧ୍ୟପ୍ରଦେଶ ପାଇଁ କିଛି କରିବାର ସୁଯୋଗ ପାଉ ସେହି ଆଶାରେ କମଲ ନାଥ ନିଜ ପୁଅ ନକୁଲଙ୍କୁ ନିର୍ବାଚନ ଲଢ଼ାଉଥିବା କହିଛନ୍ତି ।

timesnownews.com

ଧନୋରା ଗ୍ରାମରେ ନିର୍ବାଚନୀ ରାଲି କରୁଥିବା ସମୟରେ, ମୁଁ ଆଜି ଯେଉଁଠାରେ ଅଛି, ସେ ସବୁ ଆପଣମାନଙ୍କ ଭଲ ପାଇବା ପାଇଁ ଆସି ପହଞ୍ଚିଛି । ନକୁଲ ଆଜି ଏଠାରେ ନାହିଁ । କିନ୍ତୁ ସେ ଆପଣମାନଙ୍କ କଥା ବହୁତ ଭଲ ଭାବରେ ବୁଝିବ । ମୁଁ ତାକୁ ଦାୟିତ୍ୱ ଦେଇଛି । ଯାହାକୁ ସେ ପ୍ରତିପାଦନ କରିବ । ଯଦି ନ କରେ ତା’ର ପୋଷାକ ଫାଡ଼ି ଦେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ କମଲ ନାଥ ।

ସମ୍ବନ୍ଧିତ ଖବର