ପୁଣି ଫେରିଲା ଘାତକ ଗେମ୍ ମୋମୋ ଚ୍ୟାଲେଞ୍ଜ : ମୋମୋ ଚ୍ୟାଲେଞ୍ଜ ଗେମ୍‌ ଖେଳି ଜୀବନ ହାରିଲେ ନାବାଳକ

ଲକ୍ଷ୍ନୌ : ପୁଣି ଫେରିଛି ମୋମୋ ଚ୍ୟାଲେଞ୍ଜ। ସାରା ବିଶ୍ୱରେ ଘାତକ ସାଜିଥିବା ଇଣ୍ଟରନେଟ୍ ଗେମ୍ ମୋମୋ ଚ୍ୟାଲେଞ୍ଜକୁ ନେଇ ପୁଣି ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ଲକ୍ଷ୍ନୌରେ ପୁଣି ମୋମୋ ଚ୍ୟାଲେଞ୍ଜର ଶିକାର ହୋଇଛି ଏକ ନା’ବାଳକ ।

ତାଳପୁର ପୋଲିସ ଷ୍ଟେସନ୍ ନିକଟସ୍ଥ ଜ୍ୱଲା ମହାରାଜ ବଗିଚା ଅଞ୍ଚଳରେ ବାସ କରୁଥିବା ରାହୁଲ ପାରିହର ନାମକ ଜଣେ ନାବାଳକ ମୋବାଇଲରେ ମୋମୋ ଚ୍ୟାଲେଞ୍ଜ ଗେମ୍ ଖେଳି ଗତ ରବିବାର ଅପରାହ୍ନରେ ନିଜ ରୁମର ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି।

ପୁଲିସ ରିପୋର୍ଟ ଅନୁଯାୟୀ, ନାବାଳକ ବ୍ୟବହାର କରୁଥିବା ମୋବାଇଲ ଫୋନରେ ମୋମୋ ଚ୍ୟାଲେଞ୍ଜ ଗେମ ରହିଛି। ଯାହାକୁ ଖେଳି ପିଲାଟି ଆତ୍ମହତ୍ୟା କରିଥିବା ପୁଲିସ ରିପୋର୍ଟରୁ ଜଣାପଡିଛି। ଏହା ମଧ୍ୟ କୁହାଯାଉଛି କି ରବିବାର ମୋମୋ ଚ୍ୟାଲେଞ୍ଜର ଶେଷ ଟାକ୍ସ ଥିଲା। ଯାହାକୁ ରାହୁଲ ପୁରା କରିବାକୁ ଯାଇ ଆତ୍ମହତ୍ୟା କରିଛନ୍ତି। ପରେ ରାହୁଲଙ୍କ ପରିବାର ଲୋକେ ଫ୍ୟାନରେ ଝୁଲୁଥିବା ରାହୁଲଙ୍କ ଶରୀରକୁ ମେଡିକାଲ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୂର୍ବରୁ ଏହିଭଳି ଅନେକ ଘଟଣା ଘଟିଛି। ଅନେକ ପିଲା ମୋମୋ ଗେମର ଶିକାର ହୋଇଛନ୍ତି। ତେବେ ଏହାରି ମଧ୍ୟରେ କିଛି ଦିନ ହେବ ଏହି ମୋମୋ ଗେମ୍ ସମ୍ପର୍କରେ ଶୁଣିବାକୁ ମିଳୁନଥିବା ବେଳେ ଲକ୍ଷ୍ନୌରୁ ଏପରି ଏକ ଖବର ପୁଣି ଅଭିଭାବକଙ୍କ ମନରେ ଚିନ୍ତା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର