ଯୌନ ନିର୍ଯାତନା ସହିନପାରି ଛାତ୍ରୀଙ୍କ ଆତ୍ମହତ୍ୟା

୨ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ନଏଡ଼ାରେ ଆଜି ଜଣେ ନବମ ଶ୍ରେଣୀ ସ୍କୁଲ୍‌ ଛାତ୍ରୀ ଯୌନ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଛନ୍ତି। ପୂର୍ବ ଦିଲ୍ଲୀର ଏକ ଘରୋଇ ସ୍କୁଲ୍‌ରେ ଅଧ୍ୟୟନରତ ଉକ୍ତ ୧୫ ବର୍ଷୀୟା ଛାତ୍ରୀ ଦୁଇଜଣ ଶିକ୍ଷକଙ୍କ ଦ୍ୱାରା ଲଗାତାର ଯୌନ ନିର୍ଯାତନାର ଶିକାର ହୋଇଥିଲେ। ଶିକ୍ଷକ ଦୁଇଜଣ ପୀଡ଼ିତା ଛାତ୍ରୀଙ୍କୁ ପରୀକ୍ଷାରେ ଫେଲ୍‌ କରିଦେବାର ଭୟ ଦେଖାଇ ତାଙ୍କୁ ଲଗାତାର ଯୌନ ନିର୍ଯାତନା ଦେଇଥିଲେ। ଏକଥା ଛାତ୍ରୀ ଜଣଙ୍କ କାହାକୁ କିଛି କହିପାରିନଥିଲେ କି ଏଭଳି ନିର୍ଯାତନା ସହିପାରିନଥିଲେ। ଶେଷରେ ଆତ୍ମହତ୍ୟାକୁ ଶେଷ ରାସ୍ତା ରୂପେ ବାଛି ନେଇଥିଲେ। ଛାତ୍ରୀ ଜଣକ ଆଜି ତାଙ୍କ ବାସଭବନରେ ସିଲିଂ ଫ୍ୟାନ୍‌ରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ସ୍କୁଲ୍‌ର ଦୁଇଜଣ ଶିକ୍ଷକ ଏବଂ ସ୍କୁଲ୍‌ ପ୍ରିନ୍ସପାଲ୍‌ଙ୍କ ବିରୋଧରେ ଆଇପିସିର ଧାରା ୩୦୬, ୫୦୬ ଏବଂ ୩୫୪ ଅଧିନରେ ଏବଂ ପୋକ୍ସୋ ଆକ୍ଟରେ ନଏଡ଼ାର ସେକ୍ଟର ୨୪ ଥାନାରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର