ପତ୍ନୀଙ୍କୁ ଛାଡପତ୍ର ଦେବେ ମାତ୍ର ୬ ମାସ ତଳେ ବିବାହ କରିଥିବା ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ

ପଟନା : ମାତ୍ର ୬ ମାସ ତଳେ ବିବାହ କରିଥିବା ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବଡ଼ପୁଅ ତେଜପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଛନ୍ତି । ପତ୍ନୀଙ୍କ ସହ ମନ ମିଶୁନଥିବାରୁ ସେ ତାଙ୍କଠାରୁ ଅଲଗା ହେବାପାଇଁ ଚାହୁଁଛନ୍ତି ବୋଲି କୋର୍ଟଙ୍କୁ ଜଣାଇଛନ୍ତି । ଆଜି ସେ ପାଟନା ସିଭିଲ କୋର୍ଟରେ ଏହି ଛାଡପତ୍ର ଆବେଦନ କରିବା ପରେ ରାଞ୍ଚି ଅଭିମୁଖେ ଯାତ୍ରା କରିଥିଲେ । ରାଞ୍ଚି ଜେଲରେ ଥିବା ନିଜ ପିତା ଲାଲୁ ଯାଦବଙ୍କୁ ଭେଟିବାକୁ ସେ ଯାଇଛନ୍ତି । ସୂଚନାଯୋଗ ଯେ ଐଶ୍ୱର୍ଯ୍ୟା ରାୟ ହେଉଛନ୍ତି ବିହାରର ପୂର୍ବ ମୁ୍ଖ୍ୟମନ୍ତ୍ରୀ ଦରୋଗା ପ୍ରସାଦ ରାୟଙ୍କ ନାତୁଣୀ ଓ ଆରଜେଡି ବିଧାୟକ ତଥା ପୂର୍ବମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଅଟନ୍ତି। ଉଭୟ ଗତ ମଇ ୧୨ ତାରିଖରେ ପାଟନାରେ ବିବାହ କରିଥିଲେ । ଏହି ବିବାହ ଉତ୍ସବରେ ବିହାର ରାଜ୍ୟପାଳ ସତ୍ୟପାଲ ମଲିକ, ମୁଖ୍ୟମନ୍ତ୍ରୀ ନିତିଶ କୁମାର, କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ଵାନ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର