ତୈଳ ଦର ବୃଦ୍ଧି ପ୍ରତିବାଦରେ ସାଇକେଲ ଯାତ୍ରାରେ ଯାଉଥିବା ବେଳେ ଖସି ପଡ଼ିଲେ ତେଜ୍‌ ପ୍ରତାପ,ଭିଡ଼ିଓ ହେଲା ଭାଇରାଲ

ପାଟନା : ଦେଶରେ ପେଟ୍ରୋଲ ଏବଂ ଡ଼ିଜେଲର ଦର ବୃଦ୍ଧି ପାଉଥିବାରୁ ସବୁ ଲୋକମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି । ଏଥି ପାଇଁ ଅନେକ ବିରୋଧ କରାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡ଼ିଜେଲର ଦର ହ୍ରାସ ପାଇ ନାହିଁ । ଦେଶର ଏହି ସମସ୍ୟାକୁ ଆଖି ଆଗରେ ରଖି ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ତେଜ୍‌ ପ୍ରତାପ ଯାଦବ ଗୁରୁବାର ଏକ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ଏହି ଯାତ୍ରା ସମୟରେ ଘଟିଥିବା ଘଟଣା ତାଙ୍କୁ ଏବେ ଚର୍ଚ୍ଚାର ପରିସରକୁ ଆଣିଛି । ସାଇକେଲ ଯାତ୍ରା କରୁଥିବା ବେଳେ ସେ ହଠାତ୍‌ ତଳେ ପଡ଼ିଯାଇଥିଲେ ବୋଲି ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ସାଇକେଲ ଚଳାଇ ସେ ଏକ ବୁଲାଣି ବୁଲୁଥିବା ବେଳେ ନିୟନ୍ତ୍ରଣ ହରାଇ ତଳେ ପଡ଼ି ଯାଇଥିଲେ ।


NYOOOZ TV

ଏହା ଦେଖି ତାଙ୍କ ସୁରକ୍ଷାକର୍ମୀ ଦୌଡ଼ି ଆସି ତାଙ୍କୁ ଉଠାଇବା ସହ ସମସ୍ତେ ହସୁଥିବା ଦେଖି ତେଜ୍‌ ପ୍ରତାପ ତୁରନ୍ତ ଉଠି ଯାଇଥିଲେ । ଏହି ସମୟରେ ପାଖରେ ଉପସ୍ଥିତ ଥିବା ଲୋକମାନେ ତାଙ୍କର ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ଛାଡ଼ିଥିବା ଜଣା ପଡ଼ିଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଅନ୍ୟ ପକ୍ଷରେ ଏହି ଯାତ୍ରା ଆରମ୍ଭ କରିବା ପୂର୍ବରୁ,ଆଜିକାଲି ପେଟ୍ରୋଲ ଏବଂ ଡ଼ିଜେଲର ଦର ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ସାଇକେଲ ଚଳାଇବା ସବୁଠାରୁ ଭଲ ଉପାୟ ବୋଲି ତେଜ୍‌ ପ୍ରତାପ କହିଥିଲେ ।

ସମ୍ବନ୍ଧିତ ଖବର