ତେଜପ୍ରତାପ ଯାଦବଙ୍କ ଗାଡ଼ି ଚକା ତଳେ କ୍ୟାମେରାମ୍ୟାନଙ୍କ ଗୋଡ଼ ଫସିବାରୁ ପିଟିଲେ ତେଜପ୍ରତାପଙ୍କ ସୁରକ୍ଷାକର୍ମୀ

ପଟନା : ଆଜି ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଥିବା ବେଳେ ବିଭିନ୍ନ ବୁଥ୍‌ରେ ହିଂସାକାଣ୍ଡ ଘଟିଥିବାର ସୂଚନା ମିଳିଛି । ବିହାରର ରାଜଧାନୀ ପଟନାରେ ମଧ୍ୟ ହିଂସାକାଣ୍ଡ ଘଟିଥିବାର ସୂଚନା ରହିଛି । ଆର୍‌ଜେଡିର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜପ୍ରତାପ ଯାଦବ ମତଦାନ କରିବାକୁ ଯାଇଥିବା ସମୟରେ ବୁଥ୍‌ରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ତେଜପ୍ରତାପଙ୍କ ଗାଡ଼ି ଚକା ତଳକୁ ଜଣେ କ୍ୟାମେରାମ୍ୟାନ୍‌ଙ୍କ ଗୋଡ଼ ଆସି ଯାଇଥିଲା । ଯାହା ପରେ ସେ ନିଜ କ୍ୟାମେରା ସାହାଯ୍ୟରେ ତେଜପ୍ରତାପଙ୍କ ଗାଡ଼ିର ଆଗ କାଚ ଭାଙ୍ଗି ଦେଇଥିଲେ । ଏହା ପରେ ପରେ ହଙ୍ଗାମା ଆରମ୍ଭ ହୋଇଥିଲା । ହଙ୍ଗାମା ହେବା ଦେଖି ତେଜପ୍ରତାପଙ୍କ ସୁରକ୍ଷାକର୍ମୀ ସାମ୍ବାଦିକଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଯାହାର ଭିଡ଼ିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏଭଳି ଅଭିଯୋଗ ଆସିବା ପରେ ଏହାକୁ ଖଣ୍ଡନ କରିଛନ୍ତି ତେଜପ୍ରତାପ । ତାଙ୍କ କହିବା ଅନୁଯାୟୀ, ମୋ କାର୍‌ରେ କାଚ ଭାଙ୍ଗି ଦିଆଯିବା ସହ ଆମ ଉପରକୁ ମାରଣାନ୍ତକ ଆକ୍ରମଣ କରା ଯାଇଥିଲା । ଏହା ସହ ସେ ଏ ନେଇ ଅଭିଯୋଗ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର